କେନ୍ଦ୍ରାପଡ଼ା ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ ନବୀ ଗୁରୁତର

Advertisment
କେନ୍ଦ୍ରାପଡ଼ା ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ ନବୀ ଗୁରୁତର

କେନ୍ଦ୍ରାପଡ଼ା : ଗତ କିଛିଦିନର ନିରବତା ପରେ ଶନିବାର ଭୋର ସମୟରେ କେନ୍ଦ୍ରାପଡ଼ା ପୁଲିସ କରିଛି ଆଉ ଏକ ଏନ୍‌କାଉଣ୍ଟର। ଏଥର ପୁଲିସ ଗୁଳିର ଶିକାର ହୋଇଛି ପାଟକୁରା ଥାନା ଅନ୍ତର୍ଗତ କ୍ରଷ୍ଣାନନ୍ଦପୁର ଗାଁର ଦୁର୍ଦ୍ଦାନ୍ତ ଅପରାଧୀ ସେକ ନବୀ।

ଶନିବାର ଭୋର ପ୍ରାୟ ୪ଟା ସମୟରେ ପାଟକୁରା ଥାନା ଅର୍ଜୁନପୁର ନିକଟସ୍ଥ କ୍ରିଷ୍ଣାନନ୍ଦପୁର ନଦୀ ପଠାରେ ସ୍ପେଶାଲ ସ୍କ୍ଵାର୍ଡ ପୁଲିସ ସହ ଦୁର୍ଦ୍ଦାନ୍ତ ଅପରାଧୀ ନବୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟ ସମୟରେ ପୁଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ ନବୀ ଗୁରୁତର ଭାବେ ଆହତ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ଚିକିତ୍ସା ଲାଗି କେନ୍ଦ୍ରାପଡ଼ା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

publive-image

ଶନିବାର ଭୋର ସମୟରେ କୋରୁଆ-ନରେନ୍ଦ୍ରପୁର ରୋଡ ସାନବେତରା ନିକଟରେ ପ୍ରଥମେ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି କରି ଖସି ଯିବାକୁ ଉଦ୍ୟମ କଲାବେଳେ ପୁଲିସର ପାଲଟା ଗୁଳିମାଡରେ ତା’ର ବାମ ଗୋଡରେ ଦୁଇଟି ଗୁଳି ବାଜିଛି। ତା ନିକଟରୁ ପୁଲିସ ଗୋଟିଏ ବନ୍ଧୁକ ସହ ହୋଣ୍ଡା ଆକ୍ଟିଭା ଜବତ କରିଛି। ତା’ ନାମରେ କିଶାନନଗର, ତିର୍ତ୍ତୋଲ, ଖୋର୍ଦ୍ଧା ଅଞ୍ଚଳରେ ୨୦ରୁ ଅଧିକ କେସ୍‌ ବିଚରାଧୀନ ରହିଛି। ସେ ଗୋଟିଏ ହାତରେ ବାଇକ୍‌ ଓ ଅନ୍ୟ ହାତରେ ଗୁଳି ଫୁଟାଇବାରେ ଧୁରନ୍ଧର। ମୀରମହଲାର ସେକ ହାକିମର ପୁଅ ସେକ ନଦିନ ଓରଫ ନବୀ ନାମରେ ରହିଛି ବହୁ ଡକାୟତି ମାମଲା।

ପୂର୍ବରୁ କେନ୍ଦ୍ରାପଡ଼ା ପୁଲିସର ବାବୁ, ବିଭୁ, ଲିଟୁ ଓ ଜୁହୁଲକୁ ଏନ୍‌କାଉଣ୍ଟରରେ କରିଥିଲା। ୧୦ ମାସରେ କେନ୍ଦ୍ରାପଡ଼ା ପୁଲିସ କରିଛି ୧୦ ଏନ୍‌କାଉଣ୍ଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe