ଗଞ୍ଜାମରେ ଏନ୍‌କାଉଣ୍ଟର୍‌ ନମ୍ବର-୩୫ : ଦୁର୍ଦ୍ଦାନ୍ତ ମୂଷା ଆହତ

Advertisment
ଗଞ୍ଜାମରେ ଏନ୍‌କାଉଣ୍ଟର୍‌ ନମ୍ବର-୩୫ : ଦୁର୍ଦ୍ଦାନ୍ତ ମୂଷା ଆହତ

ବ୍ରହ୍ମପୁର : ବ୍ରହ୍ମପୁର ପୁଲିସର ଏନ୍‌କାଉଣ୍ଟରରେ ଆଜି ଦୁର୍ଦ୍ଦାନ୍ତ ଅପରାଧୀ ମୂଷା ଓରଫ୍‌ କାଳିଆ ସାହୁ ଆହତ ହୋଇଛି। କାଳିଆ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି। ଆଜି ଗୋସାଇଁନୂଆଗାଁ ଓ ବଡ଼ ବଜାର ଥାନା ପୁଲିସର ମଳିତ ଟିମ୍‌ ଜାତୀୟ ରାଜପଥରେ ପାଟ୍ରୋଲିଂ କରିବା ବେଳେ ଖଜୁରିଆ ଓଭରବ୍ରିଜ୍‌ ନିକଟରେ ମୂଷା ଓ ତା’ର ଜଣେ ସହଯୋଗୀ ଏକ ବାଇକ୍‌ରେ ଆସୁଥିବା ଦେଖିଥିଲେ। ପୁଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ କରିବାରୁ ମୂଷା ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିଲା। ଗୁଳିରୁ ବର୍ତ୍ତିବାକୁ ଯାଇ ଡେଇଁ ପଡ଼ିବାରୁ ଜଣେ ପୁଲିସ ଅଧିକାରୀ ଆହତ ହୋଇଥିଲେ। ଏହାପରେ ପୁଲିସ ପାଲଟା ଫାୟାରିଂ କରିଥିଲା। ମୂଷାର ବାମ ଗୋଡ଼ ଆଣ୍ଠୁ ନିକଟରେ ଗୁଳି ବାଜିଥିଲା। ଏଥିରେ ମୂଷା ତଳେ ପଡ଼ି ଯାଇଥିବା ବେଳେ ତାର ସହଯୋଗୀ ବାଇକ୍‌ ଧରି ଚମ୍ପଟ ମାରିଥିଲା। ମୂଷାକୁ କାବୁ କରି ପୁଲିସ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛି। ତା’ ନିକଟରୁ ଏକ ପିସ୍ତଲ ଜବତ ହୋଇଛି। ଜିଲ୍ଲା ପୁଲିସର ଏହା ୩୫ ନମ୍ବର ଏନ୍‌କାଉଣ୍ଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe