ପୁଲିସ କବ୍‌ଜାରେ ଦୁର୍ଦ୍ଦାନ୍ତ ଅପରାଧୀ ପାପା ପଣ୍ଡା!

Advertisment
ଅନୁଗୁଳ : ଜେସିବି ମେସିନରୁ ତେଲ ଚୋରି କରିବା ଅଭିଯୋଗରେ ୩ ଗିରଫ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ଦୀର୍ଘଦିନ ପରେ ଫେରାର ଥିବା ଖାସୁଆ ହତ୍ୟାକାଣ୍ତର ମାଷ୍ଟରମାଇଣ୍ତ ତଥା ବାଲେଶ୍ବର ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ପଣ୍ତା ଓରଫ୍‌ ପାପାକୁ ପୁଲିସର ସ୍ବତନ୍ତ୍ର ଟିମ୍‌ ଧରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ପୁଲିସ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।

୨୦୧୬ ମସିହା ଜୁନ୍‌ ୨୨ ତାରିଖ ସ˚ଧୢାରେ ଶୋଭାରାମପୁର ଅଂଚଳରେ ପାପା ପଣ୍ତା ନେତୃତ୍ବରେ ତା’ର ସହଯୋଗୀମାନେ ଦୁର୍ଦ୍ଦାନ୍ତ ଅପରାଧୀ ଖାସୁଆ ଓରଫ୍‌ ସୁଶାନ୍ତ ଦାସକୁ ସ˚ଘବଦ୍ଧ ଆକ୍ରମଣ ସହ ପଥର ଓ ଥଣ୍ଡା ବୋତଲରେ ଛେଚି ହତ୍ୟା କରିଥିଲେ। ଏନେଇ ସହଦେବଖୁଣ୍ଟା ଥାନାରେ ପାପା ସମେତ ୨୫ ଜଣଙ୍କ ବିରୋଧରେ ୧୪୮/୧୬ ନମ୍ବରରେ ଏକ ମାମଲା ରୁଜୁ ସହ ବିଭିନ୍ନ ପର୍ଯ୍ୟାୟରେ ୧୪ ଜଣଙ୍କୁ ପୁଲିସ ଗିରଫ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ପାପା ପଣ୍ତା ସମେତ ଅନ୍ୟମାନଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହୋଇଥିଲା। କିଛିଦିନ ପରେ ଏନେଇ ବାଲେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ରୁଜୁ ହୋଇଥିବା ମାମଲାର ବିଚାରରେ ଫେରାର ପାପା ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ପଳାତକ ଘୋଷଣା କରାଯାଇ ବାଲେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ସେମାନଙ୍କ ସ୍କେଚ୍‌ ଜାରି ହୋଇଥିଲା। ତେବେ ଇତିମଧ୍ୟରେ ୩ ବର୍ଷ ବିତିଯାଇଥିବା ବେଳେ ପାପା ଓ ତାର ଅନ୍ୟ ସହଯୋଗୀମାନଙ୍କୁ ପୁଲିସ ଗିରଫ କରିପାରି ନଥିଲା। ଆଜି ଏକ ସ୍ବତନ୍ତ୍ର ଟିମ୍‌ ପାପା ପଣ୍ଡାକୁ ରାଜ୍ୟ ବାହାରୁ ଧରିଛି। ତେବେ ଏ ବାବଦରେ କ୍ରାଇମ୍‌ ଡିଏସ୍‌ପି ଉମେଶ ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ସମ୍ଭବ ହୋଇପାରି ନାହିଁ। ସେହିପରି ଏସ୍‌ପି ବି ଯୁଗୋଳ କିଶୋରଙ୍କୁ ପଚାରିବାରୁ ସେ କଥାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିନଥିଲେ ବି ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମକୁ ଯାହା କିଛି ସୂଚନା ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe