ଲିଜେଣ୍ଡସ୍‌ ଲିଗ କ୍ରିକେଟ: ଆଜି ବାରବାଟୀରେ ଦର୍ଶକ ଦେଖିବେ କ୍ରିସ୍‌ ଗେଲ୍‌ଙ୍କ ଆକ୍ସନ

ଆଦାନି ସ୍ପୋର୍ଟସଲାଇନ୍‌ ଗୁଜୁରାଟ ଜ୍ୟାଣ୍ଟସ୍‌ ପାଇଁ ଗେଲ୍‌ ଖେଳିବେ ମ୍ୟାଚ୍‌

ଲିଜେଣ୍ଡସ୍‌ ଲିଗ କ୍ରିକେଟ: ଆଜି ବାରବାଟୀରେ ଦର୍ଶକ ଦେଖିବେ କ୍ରିସ୍‌ ଗେଲ୍‌ଙ୍କ ଆକ୍ସନ

କଟକ: ଆଦାନି ସ୍ପୋର୍ଟସଲାଇନ୍‌ ଅଧିକୃତ ଗୁଜୁରାଟ ଜ୍ୟାଣ୍ଟ୍‌ସ ଟିମ୍ ପାଇଁ ଏକ ବଡ଼ ଉତ୍ସାହର ଅବସର ଆସିଛ । ଐତିହାସିକ କଟକ ବାରବାଟୀ ଷ୍ଟାଡିୟମ ଠାରେ ଆୟୋଜିତ ଲିଜେଣ୍ଡସ୍‌ ଲିଗ କ୍ରିକେଟ ମ୍ୟାଚରେ ଗୁୁଜୁରାଟ ଟିମ ପାଇଁ ଆଜି ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ବିଶ୍ୱର ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ । ଏହାଛଡ଼ା ବୀରେନ୍ଦ୍ର ସେହୱାଗଙ୍କ ଭଳି ବିଧ୍ୱଂସୀ ବ୍ୟାଟରଙ୍କୁ ଏକତ୍ର ମଇଦାନରେ ଆକ୍ସନ ମୋଡ଼ରେ ଦେଖିବା ପ୍ରଶଂସକମାନଙ୍କ ପାଇଁ ନିଶ୍ଚିତ ରୂପେ ଏକ ସୁଯୋଗର ବିଷୟ । ଉଭୟ ବ୍ୟାଟର ନିଜର ଆକ୍ରାମଣାତ୍ମକ ବ୍ୟାଟିଙ୍ଗ ସହିତ ବିପକ୍ଷ ବୋଲରଙ୍କୁ ଧୂଳି ଚଖାଇବା ପାଇଁ ବେଶ ଭଲଭାବରେ ଜଣାଶୁଣା।

ବିଶ୍ବନ ଅନ୍ୟତମ ମହାନ ଟି୨୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ଗେଲଙ୍କ ନାମରେ ସବୁଠାରୁ ଅଧିକ ଟି୨୦ ଛକା ମାରିଥିବାର ରେକର୍ଡ ରହିଛି। ୱେଷ୍ଟଇଣ୍ଡିଜର ଏହି ଦୁଃସାହସିକ ଖେଳାଳି ୪୬୩ଟି ମ୍ୟାଚରେ ୧୦୫୬ଟି ଛକା ମାରିଛନ୍ତି । ଆଦାନି ସ୍ପୋର୍ଟସଲାଇନର ଗୁଜୁରାଟ ଜ୍ୟାଣ୍ଟ୍‌ସ ବର୍ତ୍ତମାନ ଚରୋଟି ମ୍ୟାଚରେ ୫ଟି ପଏଂଟ ସହିତ ପଏଂଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ସେହୱାଗଙ୍କ ନେତୃତ୍ୱାଧୀନ ଗୁଜୁରାଟ ଜ୍ୟାଣ୍ଟ୍‌ସ ଟିମ ଇରଫାନ ପଠାନଙ୍କ ନେତୃତ୍ୱାଧୀନ ଏଲଏନଜେ ଭିଲୱାରା କିଙ୍ଗସକୁ ହରାଇ ପାରନ୍ତି ତେବେ ସେମାନଙ୍କ ପାଖରେ ପୁଣି ଏକ ନମ୍ବର ସ୍ଥାନ ହାସଲ କରିବାର ସୁଯୋଗ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe