ଦେଶ ସଙ୍କଟସ୍ଥିତି ଆଡକୁ ଗତି କରୁଛି: ସୀତାରାମ ୟେଚୁରୀ

Advertisment

ସିପିଆଇଏମର ରାଜ୍ୟ ସମ୍ମିଳନୀ

ସିପିଆଇଏମର ରାଜ୍ୟ ସମ୍ମିଳନୀ

ଦେଶ ସଙ୍କଟସ୍ଥିତି ଆଡକୁ ଗତି କରୁଛି: ସୀତାରାମ ୟେଚୁରୀ

ରାଉରକେଲା: ଦେଶ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି। କେନ୍ଦ୍ର ସରକାର ବଡ଼ ବଡ଼ ସଂସ୍ଥାକୁ ଘରୋଇ ସଂସ୍ଥା ହାତକୁ ଟେକିଦେବାକୁ ପ୍ରୟାସ ଜାରି ରଖିଛନ୍ତି । ଏହା ବିରୋଧରେ ବ୍ୟାପକ ଜନ ଆନ୍ଦୋଳନର ଆବଶ୍ୟଜତା ରହିଛି ବୋଲି ମଙ୍ଗଳବାର ସିପିଆଇ (ଏମ୍‌)ର ଜାତୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ସୀତାରାମ ୟେଚୁରୀ କହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆରଡିଡି ହାଇସ୍କୁଲର ବହୁମୂଖୀ ଖେଳ ପଡିଆରେ ଆଜି ସିପି ଆଇଏମର ୨୨ତମ ରାଜ୍ୟ ସମ୍ମିଳନୀରେ ସୀତାରାମ ୟେଚୁରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୀତି ଉପରେ ଖୁବ ବର୍ଷିଥିଲେ।

publive-image

ସିଟୁର ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ହଜାର ହଜାର କର୍ମୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଦେଓଗାଁ ଛକ ଠାରୁ ବାହାରି ବଣାଇ ମୁଖ୍ୟ ସହର ହୋଇ ବସଷ୍ଟାଣ୍ଡ ଠାରୁ ପ୍ରତ୍ୟାବର୍ତନ କରି ପରେ ବହୁମୂଖୀ ଖେଳ ପଡିଆ ଠାରେ ପହଞ୍ଚି ଥିଲେ। ସେଠାରେ ଏକ ଖୋଲା ଅଧିବେଶନର ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସିପିଆଇ ଏମ୍ ପାଟିର ବହୁ ପୁରୁଖା ବରିଷ୍ଠ ନେତା ତଥା ସିପିଆଇଏମ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମାହାନ୍ତି, ଜନାର୍ଦ୍ଦନ ପତି, ସୁନ୍ଦରଗଡ଼ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ ଯୋଗଦେଇଥିଲେ। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏହି ଖୋଲା ଅଧିବେଶନ ହୋଇଥିବା ବେଳେ ଏଥିରେ ୮ ହଜାରରୁ ଊର୍ଦ୍ଧ୍ବ ସିପିଆଇଏମ୍ କର୍ମୀମାନେ ଉପସ୍ଥିତ ଥିଲେ। ରାଜ୍ୟ ଏବଂ ଜିଲ୍ଲାରୁ ଆସିଥିବା ସମସ୍ତ କର୍ମୀମାନେ ନିଜ ନିଜର ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe