ଭିଜିଲାନ୍ସ ପଞ୍ଝାରେ କୋଟିପତି ସରପଞ୍ଚ : ପୂଜା ଘ‌େର ବେଆଇନ ମାଉଜର, ୬ ରାଉଣ୍ଡ ଗୁଳି, ଅଧ କିଲୋରୁ ବେଶି ସୁନା, ଦେଢ଼ କିଲୋ ରୁପା ମିଳିଲା

Advertisment

ସମ୍ପତ୍ତି ଦେଢ଼ କୋଟି, ୨ ଦାମି କାର୍‌, ୧୧ ପ୍ଲଟ, ୪ କୋଠା, ୬ ବ୍ୟାଙ୍କରେ ୨୮ଲକ୍ଷ ୭୯ହଜାର

ସମ୍ପତ୍ତି ଦେଢ଼ କୋଟି, ୨ ଦାମି କାର୍‌, ୧୧ ପ୍ଲଟ, ୪ କୋଠା, ୬ ବ୍ୟାଙ୍କରେ ୨୮ଲକ୍ଷ ୭୯ହଜାର

ଭିଜିଲାନ୍ସ ପଞ୍ଝାରେ କୋଟିପତି ସରପଞ୍ଚ : ପୂଜା ଘ‌େର ବେଆଇନ ମାଉଜର, ୬ ରାଉଣ୍ଡ ଗୁଳି, ଅଧ କିଲୋରୁ ବେଶି ସୁନା, ଦେଢ଼ କିଲୋ ରୁପା ମିଳିଲା

ବ୍ରହ୍ମପୁର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଙ୍କୋରଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଉଷନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଭିଜିଲାନ୍ସ ପଞ୍ଝାରେ ଫସଛନ୍ତି ଏହି ବାହୁବଳି ଓ କୋଟିପତି ସରପଞ୍ଚ। ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କ ସମ୍ପତ୍ତି ତାଲିକା ଦେଢ଼ କୋଟି ଟଙ୍କା ଛୁଇଁଲାଣି। ସବୁଠାରୁ ବଡ଼ କଥା ହେଲା, ଭିଜିଲାନ୍ସ ଟିମ୍‌ ତାଙ୍କ ଠାକୁର ଘରୁ ଏକ ମାଉଜର ଓ ୬ ରାଉଣ୍ଡ ଗୁଳି ଜବତ କରିଛି। ଉକ୍ତ ମାଉଜରର ଲାଇସେନ୍ସ ନ ଥିବାବେଳେ ସେ ଏହାକୁ ବେଆଇନ ଭାବେ ରଖିଥିଲେ। ଏଥିସହ ତାଙ୍କ ଘରୁ ୬୧୫ ଗ୍ରାମ ସୁନା ଅଳଙ୍କାର , ୧୪ଶହ ଗ୍ରାମ ରୁପା ଅଳଙ୍କାର ସହିତ ପ୍ରାୟ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟ ସ୍ଥାବରଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି। ବେଆଇନ ବନ୍ଧୁକ ରଖିଥିବା ଅଭିଯୋଗ ତାଙ୍କ ବିରୋଧରେ ସ୍ଥାନୀୟ ପୁଲିସ୍‌କୁ ଭିଜିଲାନ୍ସ ଅବଗତ କରାଇଛି। ବେଆଇନ ଓ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ପୁଲିସ ମାମଲା ରୁଜୁ କରିବ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ବେଆଇନ ବନ୍ଧୁକ ରଖିବା ଅଭି‌ଯୋଗ ସରପଞ୍ଚ ଉଷନ୍ତ ଗିରଫ ହେବେ ବୋଲି ଭିଜିଲାନସ୍ ପକ୍ଷରୁ କୁହାଯାଇଛି।

ଦିଗପହଣ୍ଡି ଏନ୍ଏସି ଅଞ୍ଚଳା କଲୋନୀରେ ଉଷନ୍ତ ସାହୁ ପରିବାର ସହ ରହୁଛନ୍ତି। ସେ ବର୍ତ୍ତମାନ ଦିଗପହଣ୍ଡି ବ୍ଲକ ଅଙ୍କୋରଡା ପଞ୍ଚାୟତର ସରପଞ୍ଚ ଅଛନ୍ତି। ଏହାପୂର୍ବରୁ ୨୦୧୨-୧୭ ତାଙ୍କ ପତ୍ନୀ ସୁକାନ୍ତି ସାହୁ ଉକ୍ତ ପଞ୍ଚାୟତର ସରପଞ୍ଚ ଥିଲେ। ୨୦୦୭-୧୨ ଉଷନ୍ତ ଉକ୍ତ ପଞ୍ଚାୟତର ସମିତି ସଭ୍ୟ ଥିଲେ। ଉଭୟ ପତିପତ୍ନୀଙ୍କ ସରପଞ୍ଚ ଓ ସମିତି ସଭ୍ୟ ସମୟର ଦରମା ଓ ଭତ୍ତା ମିଶି ପ୍ରାୟ ୫ ଲକ୍ଷ ବୋଲି ଭିଜିଲାନ୍ସ ଆକଳନ କରିଛି। ତେବେ ସରପଞ୍ଚ ବେନିୟମ ଭାବେ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସକୁ ସୂଚନା ମିଳିଥିଲା।

ଏହା ଆଧାରରେ ଭିଜିଲାନ୍ସ ତଦନ୍ତରୁ ତଥ୍ୟ ପ୍ରମାଣ ହସ୍ତଗତ ହେବା ପରେ ଏ ସଂକ୍ରାନ୍ତରେ ବ୍ରହ୍ମପୁର ସ୍ବତନ୍ତ୍ର ଜଜ୍‌ ଭିଜିଲାନ୍ସଙ୍କ କୋର୍ଟରେ ଏକ ମିସ୍‌ କେସ ୧/୨୦୧୯ ରୁଜୁ ହୋଇଥିଲା। କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମ୍‌ ବୁଧବାର ସକାଳେ ଦିଗପହଣ୍ଡି ଏନ୍‌ଏସିରେ ଉଷନ୍ତ ରହୁଥିବା ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe