ବାହାନଗା : ବାହାନଗା ବ୍ଲକ୍ ସମୁଦ୍ରତଟରୁ ଆଜି ସକାଳେ ଏକ ୬ ଫୁଟିଆ କୁମ୍ଭୀର ଉଦ୍ଧାର ହୋଇଛି। ବରଜଦେଉଳି ଆଡ଼ିଆ ମୁହାଣରେ କିଛି ମତ୍ସ୍ୟଜୀବୀ ଜାଲ ବସାଇ ମାଛ ମାରୁଥିଲେ। ତେବେ ସେମାନେ ଜାଲ ଉଠାଉଥିବା ବେଳେ କୁମ୍ଭୀରଟି ସେଥିରେ ଛନ୍ଦି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଚାନ୍ଦିପୁର ରେଞ୍ଜ ବରଜଦେଉଳି ଫରେଷ୍ଟ ଗାର୍ଡ ପ୍ରଦୀପ କୁମାର ରାଉତ ପହଂଚି କୁମ୍ଭୀରଟିକୁ ଉଦ୍ଧାର କରିବା ସହ ଚାନ୍ଦିପୁର ନେଇଯାଇଛନ୍ତି। ତେବେ ଯାହା ଜଣାପଡ଼ିଛି; କୁମ୍ଭୀରଟି ଅସୁସ୍ଥ ରହିଛି। ଅନ୍ୟପଟେ କୁମ୍ଭୀରଟି ଭିତରକନିକାରୁ କୌଣସି ପ୍ରକାର ଏଠାକୁ ପଳାଇଆସିଥିବା କୁହାଯାଉଛି।
ଜାଲ୍ରେ ପଡ଼ିଲା ୬ ଫୁଟ୍ ଲମ୍ବ କୁମ୍ଭୀର
Advertisment
Follow Us