ବନ୍ତଳା: ସାତକୋଶିଆ ଗଣ୍ଡରେ କୁମ୍ଭୀର ମୃତ

ବନ୍ତଳା: ସାତକୋଶିଆ ଗଣ୍ଡରେ କୁମ୍ଭୀର ମୃତ

BBC

ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଘଡ଼ିଆଳ କୁମ୍ଭୀର ସଂରକ୍ଷଣ ଯୋଜନା ଫେଲ୍ ମାରିଥିବା ବେଳେ ଆଜି ସକାଳେ ମହାନଦୀ ଗଣ୍ଡରୁ ଗୋଟିଏ କୁମ୍ଭୀରର ମୃତ ଦେହ ଉଦ୍ଧାର କରାଯାଇଛି। କୁମ୍ଭୀରର ବୟସ ପ୍ରାୟ ୨୫ ବର୍ଷ ହେବ। କେଉଁ କାରଣରୁ କୁମ୍ଭୀରର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ।

ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଥିବା ମହାନଦୀ ଗଣ୍ଡରେ ଶତାଧିକ ସଂଖ୍ୟାରେ କୁମ୍ଭୀର ରହିଛନ୍ତି। କିନ୍ତୁ ଘଡ଼ିଆଳ ବଂଶ ବୃଦ୍ଧି ହେଉନାହିଁ। ଘଡ଼ିଆଳ ପ୍ରଜନନ ବୃଦ୍ଧି ପାଇଁ ବିଭିନ୍ନ ବନ ବିଭାଗ ପ୍ରୟାସ କରୁଥିଲେ ମଧ୍ୟ ତାହା ଫେଲ୍ ମାରିଛି। ସେପଟେ କେଉଁ କାରଣରୁ କୁମ୍ଭୀରର ମୃତ୍ୟୁ ହୋଇଛି ଜଣା ପଡ଼ିନାହିଁ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସାତକୋଶିଆ ଡିଏଫଓ ପି.ରାମାସ୍ୱାମୀ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe