ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କୋଳଡିହ ପଞ୍ଚାୟତର ପାନିଆଜୋର ଗାଧୁଆତୁଠରେ ଆଜି ୧୩ବର୍ଷର ଝିଅ ସାମନାରେ ମା’କୁ ଟାଣିନେଇଛି କୁମ୍ଭୀର। ସୂଚନା ଅନୁଯାୟୀ ତଅଁଳାଡିହା ଗାଁର କୈଳାସ ମହାନ୍ତିଙ୍କ ପତ୍ନୀ କାଜଲ ମହାନ୍ତି (୪୦) ଗାଁ ନିକଟସ୍ଥ ଖରସ୍ରୋତା ନଦୀକୁ ସଂଯୋଗ ହୋଇଥିବା ପାନିଆଜୋରକୁ ଝିଅ ସହିତ ଗାଧୋଇବାକୁ ଯାଇଥିଲେ।
ଗାଧୋଇବା ସମୟରେ ହଠାତ୍ ୧୨ଫୁଟ ଲମ୍ବର ଏକ କୁମ୍ଭୀର କାଜଲଙ୍କୁ ଝାମ୍ପ ମାରି ଗଭୀର ପାଣି ଭିତରକୁ ଟାଣି ନେଇଥିଲା। ପାଖରେ ଥିବା ଝିଅ ମା’ଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇବା ପାଇଁ କୌଣସି ଉପାୟ ନପାଇ ଦୌଡ଼ିଯାଇ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଜଣାଇଥିଲା। ଗାଁ ଲୋକେ ଜୋର ନିକଟରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ କାଜଲଙ୍କର କୌଣସି ଖୋଜ ଖବର ମିଳି ନଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ବୋଟ୍ ସାହାଯ୍ୟରେ ଜୋର ଓ ନଦୀ ଭିତରେ ଖୋଜାଖୋଜି କରିଥିଲେ ବି କାଜଲଙ୍କର ସନ୍ଧାନ ମିଳିନାହିଁ।
Follow Us