ଖରସ୍ରୋତାରେ କୁମ୍ଭୀର

Advertisment
ଖରସ୍ରୋତାରେ କୁମ୍ଭୀର

ସିଂହପୁର: ବିଂଝାରପୁର ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀର ଜରୀ ଓ ବାଙ୍ଗରା ମଧ୍ୟସ୍ଥଳ ଛନ୍ଦାମୁଣ୍ତ ଗ୍ରାମର ନଦୀକୂଳରେ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। କୁମ୍ଭୀରଟି ଶାବକ ହୋଇଥିବା ବେଳେ ନଦୀକୂଳରେ ଶୋଇଥିବାର କିଛି ଲୋକ ଦେଖିବାକୁ ପାଇଥିଲେ।

ଛନ୍ଦାମୁଣ୍ତ ଗ୍ରାମର ବିଶ୍ବାଳସାହି ଛନ୍ଦାଠାରୁ ସେଠୀସାହି ଛନ୍ଦା ମଧ୍ୟରେ ଅଧିକ ପାଣି ରହୁଥିବାରୁ ଏହି ସ୍ଥାନରେ କୁମ୍ଭୀର ଚଳପ୍ରଚଳ କରୁଥିବା ଲୋକେ କହିଛନ୍ତି। ଏହା ଜଣାପଡ଼ିବା ପରେ ନଦୀକୂଳିଆ ଲେକେ ଆତଙ୍କିତ ହୋଇପଡ଼ିଛନ୍ତି। ନଦୀକୁ ଗାଧୋଇବା ସହ ନିତ୍ୟକର୍ମ ପାଇଁ ଯିବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି। ତୁରନ୍ତ ବନ ବିଭାଗ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe