ରାସ୍ତାରେ ବୁଲୁଛି ବଉଳା କୁମ୍ଭୀର

Advertisment
ରାସ୍ତାରେ ବୁଲୁଛି ବଉଳା କୁମ୍ଭୀର

ରାଜନଗର : ରାଜନଗର–ଭିତରକନିକା ଜନଗହଳି ରାସ୍ତାର ଜୁଣଗଡିରୁ ଘଡିଆମାଳ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ୧୦ ଫୁଟ ଲମ୍ବର ଏକ ବଉଳା କୁମ୍ଭୀର ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା। ଦେଖଣାହାରି ଏ ସଂପର୍କରେ ବନବିଭାଗକୁ ସୂଚନା ଦେଇଥିଲେ। ଏହି ରାସ୍ତାର ଦୁଇ ପାର୍ଶ୍ବରେ ବ୍ରାହ୍ମଣୀ ଏବଂ ପାଟ୍ଟଶାଳା ନଦୀ ପ୍ରବାହିତ। ବଉଳା କୁମ୍ଭୀରଟି ଖାଦ୍ୟ ଅନ୍ବେଷଣରେ ବ୍ରାହ୍ମଣୀ ନଦୀରୁ ଉଠିଆସି ରାସ୍ତା ପାର ହୋଇ ପାଟ୍ଟଶାଳା ନଦୀକୁ ଯିବା ସମୟରେ ଲୋକେ ଦେଖିଥିଲେ। ଏହାକୁ ନେଇ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।

ଏ ସଂପର୍କରେ କନିକା ରେଂଜ ଅଫିସର ମାନସ କୁମାର ଦାସଙ୍କ କହିବା ଅନୁଯାୟୀ, ଭିତରକନିକା ଜାତୀୟ ଉଦ୍ୟାନକୁ ସଂଲଗ୍ନ କରୁଥିବା ବ୍ରାହ୍ମଣୀ, ବୈତରଣୀ ଏବଂ ପାଟ୍ଟଶାଳା କୁମ୍ଭୀରମାନଙ୍କ ବାସସ୍ଥଳୀ। ଅନେକ ସମୟରେ କୁମ୍ଭୀରମାନେ ଖାଦ୍ୟ ଅନ୍ବେଷଣରେ ନଦୀ ପରିବର୍ତନ କରିଥାନ୍ତି। ନଦୀ କୂଳିଆ ଲୋକଙ୍କୁ ବଉଳା କୁମ୍ଭୀରମାନଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ପୋଷ୍ଟର ଏବଂ ନଦୀ କୂଳରେ ନିରାପଦ ଗାଧୁଆ ତୁଠ ନିର୍ମାଣ କରାଯାଇଛି। ସବୁବେଳେ କୁମ୍ଭୀରଠାରୁ ଦୂରରେ ରହିବା ପାଇଁ ଲେକମାନଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe