ପୁଅକୁ ଦେଖିବା ପୂର୍ବରୁ କୁମ୍ଭୀର ଟାଣିନେଲା

Advertisment

ଡାକ୍ତରଖାନାରେ ଜନ୍ମ, ନଦୀରେ ଖଣ୍ଡବିଖଣ୍ଡିତ ମୃତଦେହ

ଡାକ୍ତରଖାନାରେ ଜନ୍ମ, ନଦୀରେ ଖଣ୍ଡବିଖଣ୍ଡିତ ମୃତଦେହ

ଭିତରକନିକାରେ ୧୭୯୩, ସାତକୋଶିଆରେ ୯୦ କୁମ୍ଭୀର

Club of Mozambique

ଆଳି : ତିନୋଟି ଝିଅ ଥିଲେ। ପୁଅଟିଏ ପାଇଁ ଚାହିଁ ବସିଥିଲେ। କେତେ ବ୍ରତ, ମାନସିକ କରିଥିଲେ। ପୁଳାପୁଳା ଆଶା ବାନ୍ଧିଥିଲେ। ବିଧିର ବିଧାନ ଥିଲା କିନ୍ତୁ ଅଲଗା। ପୁଅ ଜନ୍ମ ହେଲା। ହେଲେ, ପୁଅ ମୁହିଁ ଦେଖିବା ଆଗରୁ କୁମ୍ଭୀର ମୁହଁରେ ଚାଲି ଯାଇଛି ଶିବପ୍ରସାଦଙ୍କ ଜୀବନ। ପୁଅ ଜନ୍ମହେବା ଖୁସିରେ ଯେଉଁ ଘର ଅଗଣା ଏବେ ଖୁସିରେ ଫାଟି ପଡ଼ୁଥାନ୍ତା, ସେଠି ଏବେ କୋହର ଘନଘଟା। ଏଭଳି ଘଟଣା ଆଳି ବ୍ଲକ୍‌ ନଳପାହୀ ଗ୍ରାମକୁ ଶୋକରେ ବୁଡ଼ାଇ ଦେଇଛି।

ନଳପାହୀ ଗ୍ରାମର ଶିବପ୍ରସାଦ ବେହେରା(୪୦)। ୩ ଝିଅ, ପତ୍ନୀ ସରସ୍ବତୀଙ୍କୁ‌ ନେଇ ସଂସାର ହସଖୁସିରେ ଚଳୁଥିଲା। ବୁଧବାର ରାତିରେ ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଯାଇ ନିଖୋଜ ହୋଇଯାଇଥିଲେ ଶିବପ୍ରସାଦ। ଗ୍ରାମବାସୀ ଡଙ୍ଗା ଧରି ରାତିସାରା ଖୋଜିଥିଲେ ତାଙ୍କୁ। ଶିବପ୍ରସାଦଙ୍କୁ ଖୋଜା ଚାଲିଥିବା ବେଳେ ଏପଟେ ପତ୍ନୀ ସରସ୍ବତୀ ଘରେ ପ୍ରସବ ବେଦନାରେ ଛଟପଟ ହେଉଥିଲେ। ପରଦିନ ସକାଳ ସୁଦ୍ଧା ଶିବପ୍ରସାଦଙ୍କର କୌଣସି ପତ୍ତା ମିଳି ନ ଥିଲା ବେଳେ ସରସ୍ବତୀଙ୍କୁ ଭର୍ତ୍ତି କରାଯାଇଥିଲା ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ସେହିଦିନ ଅପରାହ୍ନରେ ଶିବପ୍ରସାଦଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଥିଲା ନଈରୁ। ଅନ୍ୟପଟେ ପ୍ରସବ ବିଳମ୍ବ ଥିବା ଡାକ୍ତର କହିବା ପରେ ସରସ୍ବତୀଙ୍କୁ ବାପଘର ପଟ୍ଟାମୁଣ୍ଡାଇର ବେଲତଳରେ ରଖାଯାଇଥିଲା। ଗତକାଲି(ଶନିବାର) ସେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପୁଅ ଜନ୍ମଦେବା ଖୁସିରେ ସରସ୍ବତୀ ଖୁସି ହେବେ କ’ଣ, ସ୍ବାମୀଙ୍କୁ ଝୁରି ଆଖିରୁ ତାଙ୍କର ଅହରହ ଲୁହ ଗଡ଼ି ଚାଲିଛି। ପୁଅ ମୁହଁ ଦେଖିବା ଆଗରୁ ଶିବପ୍ରସାଦଙ୍କ ଜୀବନ କୁମ୍ଭୀର ମୁହଁରେ ଚାଲିଯିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି ଏଯାଏ। ୯, ୭ ଓ ୫ ବର୍ଷର କୁନି ଝିଅମାନେ ବାପାଙ୍କୁ ଖୋଜୁଛନ୍ତି। ପଚାରୁଛନ୍ତି ବାପା କେବେ ଆସିବେ ? ଏଭଳି ହୃଦୟ ବିଦାରକ ଘଟଣା ନଳପାହୀ, ଏକମାଣିଆ, ଦକ୍ଷିଣଡିହା ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି। ଶିବପ୍ରସାଦଙ୍କ ମୃତ୍ୟୁ ପରେ ପରିବାର ଅସହାୟ ହୋଇପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe