ସ୍ବାମୀ ବାହାର ରାଜ୍ୟରେ, ବଡ଼ପୁଅ-ଝିଅ କେରଳରେ ଦାଦନ ଖଟୁଛନ୍ତି, ରାଜନଗରରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର

Advertisment

୭ ଦିନ ଆଗରୁ ନାବାଳକକୁ ଟାଣି ନେଇଥିଲା କୁମ୍ଭୀର

୭ ଦିନ ଆଗରୁ ନାବାଳକକୁ ଟାଣି ନେଇଥିଲା କୁମ୍ଭୀର

ସ୍ବାମୀ ବାହାର ରାଜ୍ୟରେ, ବଡ଼ପୁଅ-ଝିଅ କେରଳରେ ଦାଦନ ଖଟୁଛନ୍ତି, ରାଜନଗରରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର

ରାଜନଗର: ଆତଙ୍କ ସାଜିଛନ୍ତି କୁମ୍ଭୀର। ଘର ବାଡ଼ିପଟସ୍ଥିତ ପୋଖରୀ କୂଳରେ ବସି ବାସନ ସଫା କରୁଥିବା ବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଂଚାୟତ ହାତିଆଗଡ଼ି ଗାଁରେ ଆଜି ଅପରାହ୍‌ଣରେ ଏହି ଅଭବାନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ସୀତା ଦାସ (୪୨)।

ସୂଚନା ଅନୁସାରେ ହାତିଆଗଡ଼ି ଗାଁର ବୈଲୋଚନ ଦାସଙ୍କ ସ୍ତ୍ରୀ ସୀତା ଆଜି ଅପରାହ୍‌ଣ ୨ଟାରେ ଖାଇସାରି ଘର ବାଡ଼ିପଛରେ ଥିବା ପୋଖରୀକୂଳରେ ବସି ବାସନ ସଫା କରୁଥିଲେ। ଏହି ସମୟରେ ପୋଖରୀକୁ ଲାଗି ଥିବା କେନାଲରୁ କୁମ୍ଭୀରଟି ଆସି ତାଙ୍କୁ ଟାଣି ନେଇଥିଲା। କୁମ୍ଭୀର ଟାଣି ନେଉଥିବା ସମୟରେ ସୀତା ବଡ଼ପାଟିରେ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଏହା ଶୁଣିଥିଲେ। ମାତ୍ର ଲୋକମାନେ ଘଟଣାସ୍ଥଳକୁ ପହଞ୍ଚିଲା ପୂର୍ବରୁ କୁମ୍ଭୀରଟି ସୀତାଙ୍କୁ ଦଳଭର୍ତ୍ତି ଥିବା କେନାଲକୁ ନେଇଯାଇଥିଲା।

ସୂଚନା ପାଇ ‌ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଅନ୍ୟପଟରେ ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ରାସ୍ତାଜାମ କରି ଟାୟାର ଜାଳିବା ସହିତ ବିରୋଧ ପ୍ରଦର୍ଶନ କରିଛନ୍ତି।

publive-image

କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଟାଣିନେବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଅପ୍ରୀତିକର ଘଟଣା ଘଟିଛି। ଚଳିତ ବର୍ଷ ପହିଲି ରଜ ଦିନ ‌ଜଣେ ୧୨ ବର୍ଷ ବୟସର ନାବାଳକଙ୍କୁ କୁମ୍ଭୀର ଟାଣି ନେଇଥିଲା। ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରେ ଏହି ଅଘଟଣ ଘଟିଥିଲା। 

publive-image

ସୂଚନାଯୋଗ୍ୟ ସୀତା ଦାସଙ୍କ ସ୍ବାମୀ ଦିନ ମଜୁରିଆ ଭାବେ କାମ କରନ୍ତି। ସେ ଏବେ ଓଡ଼ିଶା ବାହରକୁ ଦାଦନ ଖଟିବାକୁ ଯାଇଛନ୍ତି। ସେହିପରି ତାଙ୍କର ବଡ଼ପୁଅ ଓ ଝିଅ ପେଟପୋଷିବା ପାଇଁ କେରଳକୁ ଯାଇଛନ୍ତି। ୧୨ ବର୍ଷ ବୟସର ସାନପୁଅ ଆଜି ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲା। ସ୍କୁଲଛୁଟି ହେଲା ପରେ ଘରକୁ ଫେରିବାରେ ତା’ର ବିଳମ୍ବ ହୋଇଯାଇଥିଲା। ନାବାଳକଟି ମା’ଙ୍କୁ ନଦେଖି ଖାଲି କାନ୍ଦୁଛି। ଘଟଣା ସମୟରେ ଘରେ ସୀତାଙ୍କ ଶାଶୁ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe