AZ Animals
ତିହିଡ଼ି: ନଦୀକୁ ମାଛ ଧରିବାକୁ ଯାଇଥିବା ଜଣେ ମାଛ ଧରାଳିଙ୍କୁ ଆଜି ଅପରାହ୍ଣରେ କୁମ୍ଭୀର ଟାଣି ନେଇଛି।
ତିହିଡି ବ୍ଲକର କାଁପଡା ପଞ୍ଚାୟତ ବାରଣାକୂଳ ଗ୍ରାମର ଦୁଇଜଣ ମାଛ ଧରାଳି ସାଳନ୍ଦୀ ନଦୀର ଶାଖା ନଦୀ ହୀରାଘାଇକୁ ଅପରାହ୍ଣ ୫ଟା ବେଳେ ମାଛ ଧରିବାକୁ ଯାଇଥିଲେ। ଜଣେ ମାଛ ଧରାଳି ନଦୀକୂଳରେ ଥିବାବେଳେ ବୁଦ୍ଧିଆ ମଳିକ (୪୫)ନଦୀ ଭିତରକୁ ଯାଇଥିିଲେ। ହଠାତ ଏକ କୁମ୍ଭୀର ଆସି ବୁଦ୍ଧିଆକୁ ନଦୀ ଭିତରକୁ ଟାଣି ନେଇଥିଲା। ପରେ ଗାଁ ଲୋକଙ୍କୁ ଖବର ଦେଇ ଖୋଜାଖୋଜି କଲା ପରେ ମଧ୍ୟ ରାତି ୧୧ଟା ସୁଦ୍ଧା ବୁଦ୍ଧିଆଙ୍କର କୌଣସି ପତ୍ତା ମିଳିନଥିଲା। ତିହିଡି ଥାନା ଅଧିକାରୀ ତପନ କୁମାର ପ୍ରଧାନ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।
Follow Us