ବ‌ାଡ଼ିରୁ ବଉଳା କୁମ୍ଭୀର ଉଦ୍ଧାର, ମିଳିଲା ୫୯ ଅଣ୍ଡା

Advertisment
ବ‌ାଡ଼ିରୁ ବଉଳା କୁମ୍ଭୀର ଉଦ୍ଧାର, ମିଳିଲା ୫୯ ଅଣ୍ଡା

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ବିଜୟନଗର ପଞ୍ଚାୟତ ଅରଡ଼ ଗ୍ରାମ ସଂଲଗ୍ନ ଗୋବରୀ ନଦୀ ପଠାରୁ ୧୦ ଫୁଟ୍‌ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି। ସେଠାରୁ ୫୯ଟି ଅଣ୍ତା ଉଦ୍ଧାର କରାଯାଇଛି।

ଆଜି ସକାଳ ପ୍ରାୟ ୧୦ଟାରେ ଅରଡ଼ ଗ୍ରାମର ରବି ପାତ୍ର ନଦୀ ପଠାକୁ ଲାଗିଥିବା ନିଜ ବାଡ଼ିକୁ ବାଉଁଶ କାଟିବାକୁ ଯାଇଥିଲେ। ସେଠାରେ ଥିବା କୁମ୍ଭୀର ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲା। ଭୟଭୀତ ଅବସ୍ଥାରେ ରବି ସେଠାରୁ ପଳାଇ ଆସି ଗ୍ରାମବାସୀଙ୍କୁ ଡ଼ାକିଥିଲେ। କୁମ୍ଭୀରଟି ଉକ୍ତ ସ୍ଥାନରେ ବସା ତିଆରି କରି ଅଣ୍ତା ଦେଇଥବା ସହ ସେଗୁଡ଼ିକୁ ଜଗି ବସିଥିଲା।

publive-image

ଏ ସମ୍ପର୍କରେ ଜମ୍ବୁ ବନଖଣ୍ତ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ କୁମ୍ଭୀରଟିକୁ ଉଦ୍ଧାର କରାଯାଇ ଖରିନାସୀ କଣ୍ଟିଆ ନାଳଯୋରୀ ନଦୀରେ ଛାଡ଼ି ଦିଆଯାଇଛି। କୁମ୍ଭୀର ଦେଇଥିବା ୫୯ଟି ଅଣ୍ତାକୁ ରାଜନଗର ବ୍ଲକ୍‌ ଡ଼ାଙ୍ଗମାଳସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe