ବ୍ରହ୍ମପୁର : ବ୍ରହ୍ମପୁର ବନଖଣ୍ଡ ଅର୍ନ୍ତଗତ ଦିଗପହଣ୍ଡି ରେଞ୍ଜ୍ ଅଧୀନ ଉଜ୍ଜଳେଶ୍ବର ମନ୍ଦିର ନିକଟ ପୁଷ୍କରଣୀର ସଂଯୁକ୍ତ ଡ୍ରେନ(ସ୍ପିଲ ୱେ)ରୁ ଏକ ଅଣ୍ଡିରା କୁମ୍ଭୀରକୁ ବନ ବିଭାଗ ଉଦ୍ଧାର କରିଛି। ପରେ କୁମ୍ଭୀରଟିକୁ ଘୋଡ଼ହାଡ଼ ଡ଼୍ୟାମ୍ରେ ଛାଡ଼ିଥିବା ଜଣାପଡ଼ିଛି। ଉଜ୍ଜଳେଶ୍ବର ମନ୍ଦିର ନିକଟ ପୁଷ୍କରଣୀ ସ୍ପିଲ ୱେରେ ଏକ ୮ଫୁଟ ଲମ୍ବର ଅଣ୍ଡିରା କୁମ୍ଭୀର ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ଏ ସଂକ୍ରାନ୍ତରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଟିମ୍ ତଥା ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକ ଓ ବନରକ୍ଷୀ ମୁରଲୀଧର ନାୟକ ପହଞ୍ଚି ଉକ୍ତ କୁମ୍ଭୀରକୁ ଉଦ୍ଧାର କରିଥିଲେ। ଏହାପରେ ଏକ ଟାଟା ଏସିଇ ଗାଡ଼ି ଯୋଗେ କୁମ୍ଭୀରକୁ ସୁରକ୍ଷିତ ଭାବେ ନେଇ ଘୋଡ଼ାହାଡ଼ ଡ୍ୟାମ୍ରେ ଛାଡ଼ିଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us