ମନ୍ଦିର ପୋଖରୀରୁ କୁମ୍ଭୀର ଉଦ୍ଧାର

Advertisment
ମନ୍ଦିର ପୋଖରୀରୁ କୁମ୍ଭୀର ଉଦ୍ଧାର

ନରସି˚ହପୁର : ନରସି˚ହପୁର ବନ ବିଭାଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଯୋଡ଼ୁମ ଗ୍ରାମସ୍ଥିତ ବାଲୁଙ୍କେଶ୍ବର ମନ୍ଦିର ପୋଖରୀରୁ ଆଜି ଏକ କୁମ୍ଭୀର ଉଦ୍ଧାର କରାଯାଇଛି। ମହାନଦୀ ବନ୍ୟା ପାଣିରେ କୁମ୍ଭୀରଟି ଗ୍ରାମକୁ ଚାଲି ଆସି ମାସେ ହେଲା ଉକ୍ତ ପୋଖରୀରେ ରହିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ସେଠାରେ ଗାଧୋଇବା ସମୟରେ କୁମ୍ଭୀରକୁ ଦେଖିଥିଲେ। ଏହାପରେ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା। ଏ ସମ୍ପର୍କରେ ଖବର ମିଳିବା ପରେ ବନ ବିଭାଗ ପକ୍ଷରୁ କିଛିଦିନ ହେଲା କୁମ୍ଭୀରକୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିଲା। ଆଜି ଦିନ ପ୍ରାୟ ୧୨ଟାରେ ପଶ୍ଚିମାଞ୍ଚଳ ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତିଙ୍କ ତତ୍ତ୍ବାବଧାନରେ ବନ ବିଭାଗର ସ୍ବତନ୍ତ୍ର ଟିମ୍‌ ପୋଖରୀରୁ କୁମ୍ଭୀରକୁ ଧରିଥିଲେ। କୁମ୍ଭୀରଟିକୁ ବନପ୍ରାଣୀ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଏସିଏଫ୍‌ ପୂର୍ଣ୍ଣଚନ୍ଦ୍ର ଗୁରୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe