ଦିଗପହଣ୍ଡି : ଧାନବିଲରେ ୬ ଫୁଟର କୁମ୍ଭୀର

ଦିଗପହଣ୍ଡି : ଧାନବିଲରେ ୬ ଫୁଟର କୁମ୍ଭୀର

.jagran.com

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ତଲାସିଂ ଗ୍ରାମର ସୀମାଞ୍ଚଳ ପାଣିଗ୍ରାହୀଙ୍କ ଧାନବିଲରେ ୬ଫୁଟ ଲମ୍ବର ଏକ କୁମ୍ଭୀର ଦେଖାଯିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରି ନିକଟସ୍ଥ ଘୋଡ଼ାହାଡ଼ ଜଳଭଣ୍ଡାରରେ ଛାଡ଼ି ଦେଇଥିବା ଖବର ମିଳିଛି। ଉଦ୍ଧାର କୁମ୍ଭୀରଟି ଗୋମୁହାଁ ପ୍ରଜାତିର ଓ ବୟସ ପ୍ରାୟ ତିନି ବର୍ଷ ହେବ ବୋଲି ଦିଗପହଣ୍ଡି ରେଞ୍ଜର ପ୍ରମୋଦ ଖଡ୍ଗ‌ରାୟ ପ୍ରକାଶ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ବନରକ୍ଷୀ ମୁରଲୀଧର ନାଏକ, ମୁକୁନ୍ଦ ପ୍ରସାଦ ରଥ, ସୁଜାତା ରଥ, ନିରଞ୍ଜନ ପ୍ରଧାନ, ଆଦିତ୍ୟ କୁମାର ରଥ ଓ କିଶୋର କୁମାର ଶୁକ୍ଳା ପ୍ରମୁଖ ବନ କର୍ମଚାରୀ ସାମିଲ ଥିଲେ।

ସୂଚନାନୁସାରେ, ଘୋଡ଼ାହଡ଼ ନିକଟସ୍ଥ ଉଜ୍ଜ୍ବଳେଶ୍ୱର ବନ୍ଧ ପୁନରୁଦ୍ଧାର ପାଇଁ ବନ୍ଧର ଜଳ ନିସ୍କାସନ କରା ଯାଇଥିଲା। ଫଳରେ ଉକ୍ତ ବନ୍ଧରେ ଥିବା ଅନେକ କୁମ୍ଭୀର ଆଖପାଖ ଗ୍ରାମର ଜଳାଶୟ ଓ ଗାଡ଼ିଆକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି। ତାହା ସହ ଘୋଡ଼ାହାଡ଼ ଜଳଭଣ୍ଡାରରେ ପ୍ରାୟ ୧ଶହରୁ ଊର୍ଦ୍ଧ୍ବ କୁମ୍ଭୀର ଥିବା ଜଣାପଡ଼ିଛି। ସେମାନଙ୍କ ପାଇଁ ଖାଦ୍ୟ ଅଭାବ ଜନିତ ସମସ୍ୟା ଯୋଗୁଁ ଅନେକ ସମୟରେ କୁମ୍ଭୀରମାନେ ଜଳଭଣ୍ଡାର ଛାଡ଼ି ଆଖପାଖ ଗ୍ରାମର ଜଳାଶୟ, ଗାଡ଼ିଆ ଓ ଘୋଡ଼ାହାଡ଼ ନଦୀରେ ସୃଷ୍ଟି ଗଣ୍ଡରେ ଆସ୍ଥାନ ଜମାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଛି। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଜଙ୍ଗଲ ବିଭାଗ ଯତ୍ନବାନ ହେବା ଆବଶ୍ୟକ ବୋଲି ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe