ଭିତରକନିକାରେ ୧୭୯୩, ସାତକୋଶିଆରେ ୯୦ କୁମ୍ଭୀର

Advertisment
ଭିତରକନିକାରେ ୧୭୯୩, ସାତକୋଶିଆରେ ୯୦ କୁମ୍ଭୀର

Club of Mozambique

ରାଜନଗର/ବନ୍ତଳା : ବଉଳାକୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୭୮୪ ଟି ବଉଳା କୁମ୍ଭୀର ଥିବାବେଳେ ଏ ବର୍ଷ ଏହି ସଂଖ୍ୟା ୧୭୯୩କୁ ବୃଦ୍ଧିପାଇଛି। ସେହିଭଳି, ସାତକୋଶିଆରେ ଚଳିତ ବର୍ଷ ବନ୍ୟପ୍ରାଣୀ ମୋଟ୍‌ ୯୦ଟି କୁମ୍ଭୀର ରହିଛନ୍ତି।

ଚଳିତ ମାସ ୯ ତାରିଖରୁ ୧୨ ତାରିଖ ଯାଏ ୪ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା। ବରିଷ୍ଠ ଜୀବ ବିଜ୍ଞାନୀ, ଗବେଷକ, କୁମ୍ଭୀର ବିଶାରଦ ଡଃ.ସୁଧାକର କରଙ୍କ ନେତୃତ୍ବରେ ୨୨ଟି ଟିମ୍ କୁମ୍ଭୀର ଗଣନା କରିଥିଲେ। ଚଳିତବର୍ଷ ଭିତରକନିକାରେ କନିକା ରେଞ୍ଜ୍‌ର ପାଟ୍ଟଶାଳା ମାଉଥ୍‌ରୁ ଏଫଆରଏଚ ଜେଠି ମଧ୍ୟରେ ୨ଟି, ଏଫଆରଏଚ ଜେଠିରୁ ଖୋଳା ମାଉଥ ମଧ୍ୟରେ ଗୋଟିଏ, ଗୁପ୍ତିରୁ ହଂସିଣା ମଧ୍ୟରେ ଗୋଟିଏ ୨୦ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀରକୁ ବନବିଭାଗ ଗଣନା ଟିମ୍ ଠାବ କରିଛି। ଏହି କୁମ୍ଭୀରମାନଙ୍କ ବୟସ ୧୦୦ରୁ ୧୨୦ ବର୍ଷ ହେବ ବୋଲି ଜଣାପଡ଼ିଛି।
ସେହିଭଳି, ସାତକୋଶିଅ‌ାରେ ଠାବ ହୋଇଥିବା କୁମ୍ଭୀର ମଧ୍ୟରୁ ୮୩ଟି ମଗର ଓ ୭ଟି ଘଡିଆଳ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe