ରାସ୍ତାରେ କୁମ୍ଭୀର, ପେଣ୍ଠରେ ଆତଙ୍କ

Advertisment
ରାସ୍ତାରେ କୁମ୍ଭୀର, ପେଣ୍ଠରେ ଆତଙ୍କ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ସମୁଦ୍ର ବେଳାଭୂମି ପେଣ୍ଠ ମୁଖ୍ୟରାସ୍ତାରେ ବଉଳା କୁମ୍ଭୀର ବୁଲୁଥିବ‌ା ଦେଖିବାକୁ ମିଳିଛି। ଖଣ୍ତାମରା-ପେଣ୍ଠ ଢଳେଇ ରାସ୍ତା ଉପରେ ଗତରାତିରେ ଏହି କୁମ୍ଭୀର ବୁଲୁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ଯୁବକମାନଙ୍କ ପାଟି ଶୁଣି କୁମ୍ଭୀରଟି ରାସ୍ତା ନିକଟରେ ଥିବା ନାଳକୁ ଚାଲି ଯାଇଥିଲା। ପ୍ରାୟ ୪ ଫୁଟ୍‌ ଲମ୍ବର ଏହି କୁମ୍ଭୀରଟି ରାସ୍ତା ଉପରେ ଚାଲୁଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ବରୁଣେଇରୁ ପେଣ୍ଠ ଆସିଥିବା ନାଳ ମଧ୍ୟରୁ ଚାଲି ଆସି କୁମ୍ଭୀରଟି ପେଣ୍ଠ ଗାଁର ଏକ ପୋଖରୀ ମଧ୍ୟରେ ପଶିଥିଲା। ବନବିଭାଗ କର୍ମଚାରୀମାନେ ତାକୁ ଧରିବା ପାଇଁ ଜାଲ ଧରି ଟାଣିବା ପରେ କୁମ୍ଭୀରଟି ନାଳ ଦେଇ ପୁଣି ଚାଲି ଯାଇଥିଲା। ଦୋବନ୍ଧି ନିକଟରେ ପାଣି ନିଷ୍କାସନ ପାଇଁ ଥିବା କଲର୍ଭଟ୍‌ର କବାଟ ବିଭିନ୍ନ ସମୟରେ ଟେକି ଦିଆଯାଉଥିବାରୁ କୁମ୍ଭୀର ଭେଡ଼ା ମଧ୍ୟରେ ଥିବା କେନାଲ୍‌କୁ ପଶି ଆସୁଛି। ଏହି କୁମ୍ଭୀରକୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe