ଗାଁ ଦାଣ୍ତରେ କୁମ୍ଭୀର

Advertisment
ଗାଁ ଦାଣ୍ତରେ କୁମ୍ଭୀର

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ନଦୀନାଳରେ ଥିବା ବଉଳା କୁମ୍ଭୀର ଏବେ ଜନବସତିକୁ ପଶି ଆସିଲେଣି। ଏକ ୮ଫୁଟ ଲମ୍ବର ବଉଳା କୁମ୍ଭୀର ୧୫ ଫୁଟ ଉଚ୍ଚ ନଦୀବନ୍ଧ ଡେଇଁ ଜନବସତିକୁ ପଶି ଆସିବା ଘଟଣା ସମଗ୍ର ଅଂଚଳରେ ଆଲୋଡନ ସୃଷ୍ଟି କରିଛି।

୮ଫୁଟ ଲମ୍ବ ଓ ଦେଢ କ୍ବିଣ୍ଟାଲରୁ ଅଧିକ ଓଜନର ଏହି କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗର କର୍ମଚାରୀମାନେ କୌଶଳ କ୍ରମେ ଏହି ବିରାଟକାୟ କୁମ୍ଭୀରକୁ ବାନ୍ଧିବା ପରେ ଏକ ଟ୍ରାକ୍ଟର ମାଧ୍ୟମରେ ବାଉଁଶଗଡ ନଈ ଯାଏ ଆଣିଥିଲେ। ବାଉଁଶଗଡ଼ି ନଦୀ ପାଖରେ ବନ୍ଧନ ମୁକ୍ତ କରାଯିବା ପରେ କୁମ୍ଭୀରଟି ପାଣି ଭିତରକୁ ଚାଲିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe