କ୍ରୋମାଇଟ୍‌ ସଂରକ୍ଷଣ ଅପରିହାର୍ଯ୍ୟ: ପ୍ରମୁଖ ସଚିବ 

କ୍ରୋମାଇଟ୍‌ ସଂରକ୍ଷଣ ଅପରିହାର୍ଯ୍ୟ: ପ୍ରମୁଖ ସଚିବ 

ଯାଜପୁର/କାଳିଆପାଣି:  ଖଣି ଓ ଇସ୍ପାତ ପ୍ରମୁଖ ସଚିବ ତଥା  ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ ଓ ଓଏମ୍‌ସି ପରିଚାଳନା ନିର୍ଦେଶକ(ଏମ୍‌ଡି) ବଲୱନ୍ତ ସିଂଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଦୁଇଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଆଜି ଆସିଛନ୍ତି। ଉଭୟ ଅଧିକାରୀ ଆଜି ସକାଳେ ଯାଜପୁରରୋଡ୍‌ସ୍ଥିତ ଫେରୋକ୍ରମ କାରଖାନା ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ଗତ ଏପ୍ରିଲ ମାସ ୨୭ ତାରିଖରୁ ଓଏମସିରେ ଆଇଡିସିର ମିଶ୍ରଣ ନିଷ୍ପତ୍ତି ପରେ ଫେରୋକ୍ରୋମ୍‌ କାରଖାନାର ପୁନରୁଦ୍ଧାର ଓ ଆଧୁନିକୀକରଣ ଯୋଜନା ସମ୍ପର୍କରେ ସଚିବ ଶ୍ରୀ ସିଂ ଓ ଓଏମ୍‌ସି ପରିଚାଳନା ନିର୍ଦେଶକ(ଏମ୍‌ଡି) ବଲୱନ୍ତ ସିଂ ଅଧିକାରୀମାନଙ୍କ ସହିତ ଆଜି ଆଲୋଚନା କରିଥିଲେ। ସେହିପରି  ଓଏମସିର ଆରଏମ କାର୍ଯ୍ୟାଳୟ, ଖଣି ବିଭାଗ ଉପନିର୍ଦ୍ଦେଶକ କାର୍ଯ୍ୟାଳୟ, ରସାୟନ ଓ ବିଶ୍ଳେଷଣ ଉପନିର୍ଦ୍ଦେଶକ କାର୍ଯ୍ୟାଳୟଗୁଡ଼ିକ ପରିଦର୍ଶନ  କରି ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ସମୀକ୍ଷା ବୈଠକରେ ମୂଲ୍ୟବାନ ଖଣିଜ ସମ୍ପଦ କ୍ରୋମାଇଟ୍ ଖନନ  ଓ ତା’ର ସଦ୍‌ବିନିଯୋଗ ଉପରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଖଣିଜ ସମ୍ପଦ ଉତ୍ପାଦନ ସହିତ ଡିଡିଏମ କାର୍ଯ୍ୟାଳୟରେ ଶୂନ୍ୟ ପଡିଥିବା କର୍ମଚାରୀ ପୂରଣ, କର୍ମଚାରୀଙ୍କ ନୂତନ କ୍ବାର୍ଟର୍ସ ନିର୍ମାଣ ପାଇଁ ଓଏମସି ନେଇଥିବା ଦାୟିତ୍ବ ବିଷୟରେ ଡିଡିଏମ ବିଭୂତି ଭୂଷଣ ବେହେରାଙ୍କ ସହିତ ଆଲୋଚନା କରିଥିଲେ। ଅପରାହ୍‌ଣରେ ଓଏମ୍‌ସି ଦୈତାରୀ ଲୌହଖଣି ଗସ୍ତରେ ଆସି ଖଣି ସଚିବ ଶ୍ରୀ ସିଂ ଏଠାରେ ନବନିର୍ମିତ ୧୩୨ କେଭିଏ ଗ୍ରିଡ୍ ପାୱାର ଷ୍ଟେସନ ଉଦ‌୍‌ଘାଟନ କରିଥିଲେ।

ସେହିପରି ସଂଧ୍ୟାରେ ସଚିବ ଶ୍ରୀ ସିଂ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ଗସ୍ତରେ ଯାଇ ନୂଆ ରୂପ ନେଇଥିବା କାଳିଆପାଣି ଅତିଥିଶାଳା ଉଦ୍‌ଘାଟନ କରିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁଧାଂଶୁ ଶେଖର ଖୋରା, ନିର୍ଦେଶକ (ବିତ୍ତ) ସତ୍ୟଜିତ ମହାନ୍ତି, ନିର୍ଦେଶକ (ବୈଷୟିକ) ସବ୍ୟସାଚୀ ମହାନ୍ତି, ନିର୍ଦେଶକ (କାର୍ମିକ) ଆଲୋକ ଚନ୍ଦ୍ର ପାଲ ଓ ନିର୍ଦେଶକ (ପ୍ରକଳ୍ପ ଓ ଯୋଜନା) କ୍ଷୀରୋଦ ଚନ୍ଦ୍ର ବ୍ରହ୍ମ, ମୁଖ୍ୟ ମହାପ୍ରବନ୍ଧକ(ନିର୍ମାଣ) ଇଂ ଲକ୍ଷ୍ମୀଧର ବେ‌ହେରା, ସାଧାରଣ ଓ ପ୍ରଶାସନ ବିଭାଗ ମହାପ୍ରବନ୍ଧକ ଅଶୋକ କୁମାର ବେହେରା, କ୍ରୋମଜୋନ୍‌ ଆଞ୍ଚଳିକ ପ୍ରବନ୍ଧକ ଇଂ ପ୍ରସନ୍ନ କୁମାର ସ୍ବାଇଁ, ଦୈତାରୀ ଜୋନ୍‌ ଆଞ୍ଚଳିକ ପ୍ରବନ୍ଧକ ଡ. ସୁବ୍ରତ କୁମାର ମିଶ୍ର, ସହକାରୀ ମହାପ୍ରବନ୍ଧକ (ନିର୍ମାଣ) ଇଂ ସୁଲେନ କୁମାର ସ୍ବାଇଁ, ବରିଷ୍ଠ ଖଣି ପ୍ରବନ୍ଧକ ଇଂ ବୈଷ୍ଣବ ଚରଣ ମଲ୍ଲିକ, ବରିଷ୍ଠ ନିର୍ମାଣ ପ୍ରବନ୍ଧକ ଇଂ ଜୟନ୍ତ କୁମାର ମେକାପ ଓ ଇଂ ଅଭିମନ୍ୟୁ ପାତ୍ର, ବରିଷ୍ଠ ବିତ୍ତ ପ୍ରବନ୍ଧକ ଘନଶ୍ୟାମ ମହାନ୍ତି, ବରିଷ୍ଠ କାର୍ମିକ ପ୍ରବନ୍ଧକ ସୁମିତ ପାଢ଼ୀ, ନିର୍ମାଣ ପ୍ରବନ୍ଧକ ଇଂ ସନ୍ତୋଷ କୁମାର ଦାଶ, କର୍ମଚାରୀ ପ୍ରତିନିଧି ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe