ବୋଲଗଡ଼ରେ ବାର୍‌ହା ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

Advertisment
ବୋଲଗଡ଼ରେ ବାର୍‌ହା ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ବୋଲଗଡ଼ : ବୋଲଗଡ଼ ନିକଟ ସଂରକ୍ଷିତ ଜଙ୍ଗଲରୁ ବାର୍‌ହା ଆସି ବିଲରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ସ୍ଥାନୀୟ ଚାଷୀଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି। ବହୁ କଷ୍ଟ କରି ଚାଷୀ ଋଣ କରି ଚାଷ କରିଥିବାରୁ ଋଣ ପରିଶୋଧ ନେଇ ଚିନ୍ତାରେ ପଡିଲେଣି। ବୋଲଗଡ଼ ପଞ୍ଚାୟତର ନନ୍ଦପଲ୍ଲୀ, ବ୍ରହ୍ମପୁରା, ବୋଲଗଡ଼, ମର୍ଦ୍ଦାବାଡ଼ି, ପଙ୍କାଳସାହି, ଫାସିଓଦା ପଞ୍ଚାୟତର କୋଟପଲ୍ଲା, କୁଶୁପଲ୍ଲା, କାଉତରା ଗ୍ରାମରେ ବହୁ ଧାନ ଚାଷ ଜମି ରିଜର୍ଭ ଫରେଷ୍ଟ ଅଞ୍ଚଳରେ ରହିଛି। ନାଗାପଲ୍ଲୀ ମୁଣ୍ତିଆପଡା ରିଜର୍ଭ ଫରେଷ୍ଟ ନିକଟରେ ବାଙ୍କୋଇ ପାୟତର ପାଟବନ୍ଧ, ବଡ଼କୁମାରୀ ପଞ୍ଚାୟତର କୋଡ଼ପଡ଼ା, ଖଲ୍ଲିକୋଟ, ଚିତ୍ରକୋଟ, ସାଗରଗୁଆଁ ପଞ୍ଚାୟତର ଜରିପଡା, ଖଙ୍ଗୁରିଆ ପଞ୍ଚାୟତର ଇଚ୍ଛାପୁର, ଅରଖପଲ୍ଲୀ, ହରିପୁର, ଯୋଡପଡା, ଗବଡିହ, ହରିପୁର ଆଦିବାସୀ ସାହି, ସଂପୁର, ଶିଖରପଡା ଗ୍ରାମ‌େୀ ଫସଲ ନଷ୍ଟ ହୋଇଛି।

publive-image

ଅମଳ ସମୟରେ ଜଗିବା ପାଇଁ ରାତିରେ ଗ୍ରାମବାସୀ ନିଆଁ ହୁଳା ଧରି ବାର୍‌ହା ଗୋଡ଼ାଇବା ଦେଖାଯାଉଛି। ଏସଂକ୍ରାନ୍ତରେ ବୋଲଗଡ ଚାଷୀ ଲଲାଟେନ୍ଦୁ କେଶରୀସିଂହ, ଶହଦେବ ବୈରିଗଞ୍ଜନ, ପ୍ରକାଶ ଚନ୍ଦ୍ର ବଳିୟାରସିଂହ, ଖଲ୍ଲିକୋଟ ଗ୍ରାମର ଚାଷୀ ପ୍ରମୋଦ ମାନ୍ଧାତା, ସଦାନନ୍ଦ ସାମନ୍ତରାୟ, କିଶୋର ସାମନ୍ତରାୟ, ରତ୍ନାକର ମାନ୍ଧାତା ପ୍ରମୁଖ ବୋଲଗଡ଼ ଫରେଷ୍ଟରଙ୍କୁ ଜଣାଇଛନ୍ତି। ଫରେଷ୍ଟର୍‌ ତୁରନ୍ତ ଏହାର ତଦନ୍ତକରି ସରକାରଙ୍କୁ ରିପୋର୍ଟ ଦେବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe