ଫସଲ କ୍ଷତି ସୂଚନା ଦେବା ଅବଧି ତିନି ଦିନ ବଢ଼ିଲା

Advertisment

ରାଜ୍ୟରେ ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି। ଅଧିକରୁ ଅଧିକ ଚାଷୀଙ୍କୁ ଯେପରି ଉପଯୁକ୍ତ କ୍ଷତିପୂରଣ ମିଳିବ ସେଥିପାଇଁ ଫସଲ କ୍ଷତିଜନିତ ସୂଚନା ଦେବା ପାଇଁ ଚାଷୀଙ୍କୁ ଆଉ ଅଧିକ ତିନିଦିନ ମହଲତ ମିଳିଛି।

ରାଜ୍ୟରେ ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି। ଅଧିକରୁ ଅଧିକ ଚାଷୀଙ୍କୁ ଯେପରି ଉପଯୁକ୍ତ କ୍ଷତିପୂରଣ ମିଳିବ ସେଥିପାଇଁ ଫସଲ କ୍ଷତିଜନିତ ସୂଚନା ଦେବା ପାଇଁ ଚାଷୀଙ୍କୁ ଆଉ ଅଧିକ ତିନିଦିନ ମହଲତ ମିଳିଛି।

ଝୋଟ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ: ପ୍ରୋତ୍ସାହନ ନାହିଁ, ୭ ଜିଲ୍ଲାରେ ଅଭାବୀ ବିକ୍ରି

ଭୁବନେଶ୍ବର: ରାଜ୍ୟରେ ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି। ଅଧିକରୁ ଅଧିକ ଚାଷୀଙ୍କୁ ଯେପରି ଉପଯୁକ୍ତ କ୍ଷତିପୂରଣ ମିଳିବ ସେଥିପାଇଁ ଫସଲ କ୍ଷତିଜନିତ ସୂଚନା ଦେବା ପାଇଁ ଚାଷୀଙ୍କୁ ଆଉ ଅଧିକ ତିନିଦିନ ମହଲତ ମିଳିଛି। ଜାନୁଆରି ୧, ୨୦୨୫ ସୁଦ୍ଧା ବୀମା କରିଥିବା ଚାଷୀମାନେ ସେମାନଙ୍କ ଫସଲ କ୍ଷୟକ୍ଷତି ସୂଚନା ବୀମା କମ୍ପାନିଙ୍କୁ ଦେଇପାରିବେ। 
ଉଭୟ ବୀମା କରିନଥିବା ଓ ବୀମା କରିଥିବା ଚାଷୀମାନଙ୍କୁ ସରକାରୀ ସହାୟତା ଦିଆଯିବ। ବୀମା କରିଥିବା ଚାଷୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ଡିସେମ୍ବର ୨୯ ଶେଷ ତାରିଖ ଥିଲା। ହେଲେ ବହୁ ଚାଷୀ ସୂଚନା ଦେଇପାରିନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରାଳୟକୁ ଏହି  ଅବଧି ବଢ଼ାଇବାକୁ ଅନୁରୋଧ କରାଯାଇଥିଲା। ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଅବଧିକୁ ଆଉ ତିନି ଦିନ ପାଇଁ ବୃଦ୍ଧି କରିଛନ୍ତି। ଓଡ଼ିଶାର ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଏହି ସହାନୁଭୂତିଶୀଳ ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe