ଟୋଲ୍‌ ଗେଟ୍‌ର ହାଇମାଷ୍ଟ ଲାଇଟ୍‌ରେ ଧାନ ଫସଲ କ୍ଷତିଗ୍ରସ୍ତ

ଟୋଲ୍‌ ଗେଟ୍‌ର ହାଇମାଷ୍ଟ ଲାଇଟ୍‌ରେ ଧାନ ଫସଲ କ୍ଷତିଗ୍ରସ୍ତ

ଖୋର୍ଦ୍ଧା: ଗୋଡ଼ିପଡ଼ା ଟୋଲ୍‌ଗେଟ୍‌ରେ ଥିବା ହାଇମାଷ୍ଟ ଲାଇଟ୍‌ (ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ଆଲୋକ) ଯୋଗୁଁ ନିକଟରେ ଥିବା ଚାଷ ଜମିରେ ଧାନଫସଲ କ୍ଷତିଗ୍ରସ୍ତ ହେଉଛି, ଏଣୁ ଉକ୍ତ ଲାଇଟ୍‌କୁ ହଟାଇବାକୁ ଦାବି କରି ସ୍ଥାନୀୟ ଚାଷୀମାନେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି।

ବୁଧବାର ମଧ୍ୟାହ୍‌ଣରେ ଗୋଡ଼ିପଡ଼ା ଟୋଲଗେଟ୍‌ ନିକଟ ଖଜୁରିଆ ମୌଜାର ଚାଷୀମାନେ ଏକ ସ୍ବଳ୍ପ ପରିଚିତ ତଥା ଜଟିଳ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ଗ୍ରାମକମିଟିର ସଭାପତି ଯୋଗେନ୍ଦ୍ର ନାଥ ମହାପାତ୍ର, ଚାଷୀ ରାମଚନ୍ଦ୍ର ମାର୍ଥା, ଦୀପକ ବେହେରା, ନନ୍ଦ କିଶୋର ମାନସିଂହ ପ୍ରମୁଖ କହିଛନ୍ତି ଯେ ଟୋଲ୍‌ଗେଟ୍‌ରେ ଲାଗିଥିବା ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଆଲୋକ ଯୋଗୁଁ ଧାନ ଫସଲରେ ଫୁଲ (ଥୋଡ଼ୁଅ) ଧରୁନାହିଁ। ଫଳରେ ପ୍ରାୟ ୫୦ ଏକର ଚାଷ ଜମିରେ ଫସଲ ନଷ୍ଟ ହେବାକୁ ବସିଛି। ଚଳିତ ବର୍ଷ ବର୍ଷା ଅଭାବ ସତ୍ବେ ସେମାନେ ଅନେକ ପରିଶ୍ରମରେ ଧାନଫସଲ​ର ସୁରକ୍ଷା କରିଥିଲେ। ଋଣ, ହାତ ଉଧାରି ଆଣି ଧାନ ଚାଷ କରିଥିଲେ। ବର୍ତମାନ ଫସଲ ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଛି। ପ୍ରଶାସନ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ସେମାନଙ୍କୁ କ୍ଷତିପୂରଣର ବ୍ୟବସ୍ଥା କରନ୍ତୁ। ସମସ୍ୟା ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ଶରତ କୁମାର ପରିଡ଼ାଙ୍କୁ ପଚାରିବାରେ ସେ କହିଛନ୍ତି ଏଭଳି ସମସ୍ୟା ହରିଆଣା ଆଦି ରାଜ୍ୟରେ ମଧ୍ୟ ଘଟିଛି। ଗୋଡ଼ିପଡ଼ାର ଏହି ସମସ୍ୟା ନେଇ ସେ ଜାଣିଛନ୍ତି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସେ ଏନେଇଅଧିକ ଯାଞ୍ଚ କରିବାକୁ ଓୟୁଏଟିକୁ ଚିଠି ଲେଖିବେ। ରିପୋର୍ଟ ଆସିବା ପରେ ଆବଶ୍ୟକ ପ​ଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe