ମାତିଲେ ହାତୀ, ଭାଙ୍ଗିଲେ ୫ ଘର: ଧାନ-ମକ୍କା ଜମି ନଷ୍ଟ, ଘରେ ଥିବା ଚାଉଳ ଖାଇଲେ

Advertisment
ମାତିଲେ ହାତୀ, ଭାଙ୍ଗିଲେ ୫ ଘର: ଧାନ-ମକ୍କା ଜମି ନଷ୍ଟ, ଘରେ ଥିବା ଚାଉଳ ଖାଇଲେ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଅଧିନରେ ଥିବା ଲରମ୍ଭା ସେକସନ ଅନ୍ତର୍ଗତ ଡୁଡୁକାପଡା, କହ୍ନେଇଟାଲ ଓ ଇନପୁର ଗ୍ରାମରେ ୨ ଟି ହାତୀ ଗତ ରାତିରେ ୫ ଜଣଙ୍କ ଘର ଭାଙ୍ଗି ଥିବା ବେଳେ ଧାମ ଜମି ଓ ମକ୍କା ବାଡିରେ ପଶି ନଷ୍ଟ କରି ଦେଇଥିବା ଜଣାପଡିଛି।

ପାଟଣାଗଡ଼ ବନ ବିଭାଗର ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ଲରମ୍ଭା ସେକସନରେ ୨ଟି ହାତୀ ୫ ଜଣଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛି। ହାତୀ ଦ୍ଵୟ ଡୁଡୁକାପଡା ଗ୍ରାମରେ ପ୍ରଥମେ ଲକ୍ଷ୍ମୀ ବରିହାଙ୍କ ଘର ଭାଙ୍ଗି ଦେଇଥିବା ବେଳେ ତାଙ୍କ ମକ୍କା ବାଡିରେ ପଶି ନଷ୍ଟ କରୁ ଦେଇଥିବା ସହ ସେହି ଗ୍ରାମର ଦଶରଥ ବରିହାଙ୍କ ଘର ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡିଛି।

publive-image

ସେହିପରି ଦମକିପାଲି ବିଟର ଇନପୁର ଗ୍ରାମର ଫଗନୁ ବନଗୁଲା, କହ୍ନେଇଟାଲ ଗ୍ରାମର ଚୁଡାମଣି ସେଠ ଓ କ୍ରୁଷ୍ଣ ତାଣ୍ଡି ଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛିଯ ଘର ଗୁଡିକ ଭାଙ୍ଗିବା ସହିତ ସେଠାରେ ଥିବା ଧାନ, ଚାଉଳ ସବୁ ହାତୀ ଦ୍ଵୟ ଖାଇ ଦେଇଥିବା ବେଳେ କ୍ରୁଷ୍ଣଙ୍କ ଜମିକୁ ଯାଇ ଧାନ ଗଛ ଦଳି ଦେଇଥିବା ଜଣାପଡିଛି।

ତେବେ ବୁଧବାରସନ୍ଧ୍ୟାରେ ହାତୀ ଦ୍ଵୟ ବରପୁଟା ରିଜର୍ଭ ଫରେଷ୍ଟ ଠାରେ ଥିବା ପାଟଣାଗଡ଼ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ବନ ବିଭାଗ ତଦନ୍ତ କରୁଥିବା ଜଣାପଡିଛି। ସକାଳେ ହୀତୀ ଦ୍ଵୟ ବରପୁଟା ରିଜର୍ଭ ଫରେଷ୍ଟ ରେ ଥିବା ବେଳେ ବର୍ତ୍ତମାନ ବଲାଙ୍ଗୀର ଓ ବରଗଡ ଜିଲ୍ଲାର କିନାରେ ଥିବା ନୂଆଗାଁ ଜଙ୍ଗଲରେ ଥିବା ଜଣାପଡିଛି। ହାତୀ ଦ୍ଵୟକୁ ଘଉଡାଇବା ପାଇଁ ସମ୍ପୃକ୍ତ ଅଞ୍ଚଳର ଲୋକେ ଭିଡ ଜମାଇଥିଲେ। ହାତୀ ଭାଙ୍ଗି ଥିବା ଗ୍ରାମ ଓ ଘର ମାଲିକ ମାନଙ୍କ ପାଖରେ ଲରମ୍ଭା ଫରେଷ୍ଟର ଭଗବତିଆ ଦାସ, ପାଢେଲ ଫରେଷ୍ଟର ତଥା ପାଟଣାଗଡ଼ର ଭାରପ୍ରାପ୍ତ ଫରେଷ୍ଟର ଅରବିନ୍ଦ ଧରୁଆ ପ୍ରମୁଖଙ୍କ ସହ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ତଦନ୍ତ କରିବା ସହ କ୍ଷୟକ୍ଷତିର ଆକଳନ କରି ଡିଏଫଓଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ରେଞ୍ଜର ରାଜ କିଶୋର ଭୋଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe