ହାତୀପଲଙ୍କ ଯୋଗୁଁ ଆତଙ୍କରେ ମହାନଦୀ ତଟବର୍ତ୍ତୀ ଗ୍ରାମବାସୀ, ବ୍ୟାପକ ଫସଲ ନଷ୍ଟ ଚିନ୍ତାରେ ଚାଷୀ

Advertisment
ହାତୀପଲଙ୍କ ଯୋଗୁଁ ଆତଙ୍କରେ ମହାନଦୀ ତଟବର୍ତ୍ତୀ ଗ୍ରାମବାସୀ, ବ୍ୟାପକ ଫସଲ ନଷ୍ଟ ଚିନ୍ତାରେ ଚାଷୀ

ବିନିକା : ବିନିକା ବ୍ଲକ୍‌ ସିନ୍ଦୁରପୁର ପଞ୍ଚାୟତ ମଣିଗାଁର ଧାନ ବିଲଗୁଡ଼ିକରେ ପୁଣି ଗୁରୁବାର ରାତିରେ ହଙ୍ଗାମା ମଚାଉଛନ୍ତି ହାତୀ। ଫଳରେ ମଣିଗାଁ ତଥା ମହାନଦୀ ତଟବର୍ତ୍ତି ଗ୍ରାମଗୁଡ଼ିକରେ ଜନସାଧାରଣ ଭୟଭୀତ ଅଛନ୍ତି। ଏଣେ ବନ ବିଭାଗ ହାତୀପଲକୁ ରୋକିବାରେ ବିଫଳ ହୋଇଛି।

ସନ୍ଧ୍ୟା ‌ହେଲେ ଉଲୁଣ୍ଡା ପଟରୁ ମହାନଦୀ ପାର ହୋଇ ବିନିକା ପଟକୁ ଆସି ବ୍ୟାପକ ଧାନ ଫସଲ କ୍ଷତି କରି ଚାଲିଛନ୍ତି। ଏହି କ୍ରମରେ କିଛିଦିନ ହେବ ଅଞ୍ଚଳରେ ହାତୀ ଆତଙ୍କ ଜାରି ରହିଛି। ଗୁରୁବାର ରାତିରେ ୫୦ ରୁ ୬୦ଟି ହାତୀ ୩ଟି ଦଳରେ ଭାଗ ହୋଇ ବୁଲୁଛନ୍ତି। ଗୋଟିଏ ଦଳ ମଣିଗାଁର ନିମିବନ୍ଦ ଓ ଅନ୍ୟ ୨ଟି ଦଳ ରାମଝରାପଡ଼ା ଓ ପନିସୁଗର ପାଖାପାଖି ରହି ବ୍ୟାପକ ଫସଲ କ୍ଷତି କରିଛନ୍ତି। ମଣିଗାଁ ଚାଷୀ ବିଶୁଦ୍ଧ ଖଣ୍ଡଗିରି, ଯୁଗିନ୍ଦ୍ର ଖଣ୍ଡଗିରି, ରାମହରି ମହାକୁର, ଗୋବିନ୍ଦ ସେଠୀ, ରାଜାରାମ ପଣ୍ଡା, ଦୁଃଶାସନ ବାଗ, ଅଜୁର୍ନ ଭୁଏ, ବାବୁଲୁ ପାଣିଗ୍ରାହୀ, ଯୁଗିନ୍ଦ୍ର ନାୟକ ପ୍ରମୁଖ ଚାଷୀଙ୍କ ବିଲରେ ଧାନ ବିଲରେ ମାଡ଼ି ଚକଟି ଛାରଖାର କରିଥିବା ଅଭିଯୋଗ କରିଛନ୍ତି। ତେଣୁ ଏହି ଅଞ୍ଚଳରୁ ହାତୀ ଘଉଡ଼ାଇବା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe