ଆର ଆଣ୍ଡ ବି ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ ଗିରଫ

Advertisment
ଆର ଆଣ୍ଡ ବି ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ଥରେ ଜଣେ କୋଟିପତି ଇଂଜିନିୟର ଗିରଫ ହୋଇଛନ୍ତି। ଆର ଆଣ୍ଡ ବି ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କୁ ଭିଜିଲାନ୍ସ ବିଭାଗ ଆଜି ଗିରଫ କରିଛି। ଇଂଜିନିୟର ସାରଦା ପ୍ରସାଦଙ୍କ ଠାରୁ ଭିଜିଲାନ୍ସ ୧ କୋଟି ୫୫ ଲକ୍ଷ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଜବତ କରିଛି। ସାରଦା ପ୍ରଦାଦ ଭିଜିଲାନ୍ସକୁ ୧ କୋଟି ୩୩ ଲକ୍ଷର ହିସାବ ଦେଇପାରିଲେ ନାହିଁ। ଭିଜିଲାନ୍ସ ଜାଣିବାକୁ ପାଇଛି ଯେ, ଯନ୍ତ୍ରୀଙ୍କ ୧୯ଟି ପ୍ଲଟ ଓ ଗୋଟିଏ ୩ ମହଲା ବିଶିଷ୍ଟ କୋଠା ଅଛି।

ସୂଚନାଯୋଗ୍ୟ, ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଅନ୍ୟ ଜଣେ କୋଟିପତି ଇଂଜିନିୟର୍‌ ରବୀନ୍ଦ୍ର ନାଥ ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ରବୀନ୍ଦ୍ର ନାଥ ନିଜର ଆୟ ତୁଳନାରେ ୨୪୧ ପ୍ରତିଶତରୁ ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଥିଲା। ତାଙ୍କର ୬ କୋଟି ୫୮ ଲକ୍ଷ ୫୮ ହଜାର ୪୫୦ ଟଙ୍କାର ସଂପତ୍ତି ଠାବ ହୋଇଥିବା ବେଳେ ୫ କୋଟି ୭୧ ଲକ୍ଷ ଟଙ୍କାର ସଂପତ୍ତିର ହିସାବ ହୋଇପାରି ନଥିଲା। ରବୀନ୍ଦ୍ର ନାଥଙ୍କର ନୟାପଲ୍ଲୀ ବେହେରାସାହିରେ ଥିବା ତିନି ମହଲା କୋଠା, ଶାସ୍ତ୍ରୀନଗରରେ ଥିବା ଦୁଇ ମହଲା କୋଠା, ବାଲିଅନ୍ତା ନୂଆଗାଁ-କଞ୍ଚିଲୋ ରାସ୍ତାରେ ଥିବା ଆପାର୍ଟମେଣ୍ଟ, ବାଲିଅନ୍ତା କୁରୁଣ୍ଟିରେ ସମ୍ପର୍କୀୟଙ୍କ ଘର, ଅଫିସ୍‌, ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଅଯୋଧ୍ୟାନଗରରେ ଥିବା ପୈତୃକ ଘରେ ଏକକାଳୀନ ଚଢ଼ାଉ କରି ବିପୁଳ ପରିମାଣର ସଂପତ୍ତି ଠାବ କରିଛନ୍ତି। ଏହାବ୍ୟତୀତ ଶ୍ରୀ ପ୍ରଧାନଙ୍କ ନହରକଣ୍ଟା, ପୋଲସରା, ବୁଗୁଡ଼ା ଓ ଗଂଜାମରେ ୪୩ ଲକ୍ଷ ଟଙ୍କାର ୮ଟି ଜମି, ୭୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ନଗଦ ପ୍ରାୟ ୨୫ ହଜାର ଟଙ୍କା, ୫୪ଗ୍ରାମ ସୁନା ଅଳଙ୍କାର, ଗୋଟିଏ ହ୍ୟୁଣ୍ଡାଇ କ୍ରେଟା ଓ ହୋଣ୍ଡା ଆମାଜେ କାର୍‌ ଥିବା ଭିଜିଲାନ୍‌ସ ଜାଣିବାକୁ ପାଇଛି। ଶେଷ ଖବର ଲେଖା ହେବା ବେଳକୁ ଭିଜିଲାନ୍‌ସ ଶ୍ରୀ ପ୍ରଧାନଙ୍କ ୬ କୋଟି ୫୮ ଲକ୍ଷ ୫୮ ହଜାର ୪୫୦ଟଙ୍କାର ସଂପତ୍ତି ଠାବ କରିଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe