ସରକାରୀ ବାବୁଙ୍କ ନାଁରେ ଗଡୁଛି ଦେଢ଼କୋଟି, ଖର୍ଚ୍ଚ କଲେନି କି ଫେରାଇଲେନି

Advertisment
ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୫.୬୬%

Hindustan Times

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ରେ ସରକାରୀ ବାବୁମାନେ ବିଭିନ୍ନ ଯୋଜନାରେ ଖର୍ଚ୍ଚ କରିବାକୁ ୧ କୋଟି ୫୮ଲକ୍ଷ ୨୨ ହଜାର ୩୫୦ ଟଙ୍କା ଅଗ୍ରିମ ନେଇ ଫେରାଉ ନଥିବା ଅଡିଟ ରିପୋର୍ଟରେ ଜଣାପଡ଼ିବା ପରେ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ୨୦୨୧–୨୨ ମସିହା ଅଡିଟ୍‌ ରିପୋର୍ଟରେ ଏହା ଜଣାପଡ଼ିଛି।

ଏହି ରିପୋର୍ଟରୁ ଜଣାପଡ଼ିଛି ଯେ କଲମପୁର ବ୍ଲକ୍‌ ମଣ୍ଡଲ ପଞ୍ଚାୟତ ପିଇଓ ବିକାଶ ‌ମୋହନ ମାଝୀ ୨୫ ଲକ୍ଷ ୬୭ ହଜାର ଟଙ୍କା, ପିଇଓ ଗଜାନନ ନାଏକ ୧୯ ଲକ୍ଷ ୭୯ ହଜାର ଟଙ୍କା, ପିଇଓ ଲାଲ ସୁନ୍ଦର ଶବର ୨୬ ଲକ୍ଷ ୬୯ ହଜାର ଟଙ୍କା, ପିଇଓ ପର୍ଶୁରାମ ନାଏକ ୨୦ ଲକ୍ଷ ଟଙ୍କା, ପିଇଓ ପୁରୁଷୋତ୍ତମ ନାଏକ ୧ ଲକ୍ଷ ୪ହଜାର ଟଙ୍କା, ପିଇଓ ରାମଚନ୍ଦ୍ର ନାଏକ ୧୦ ଲକ୍ଷ ୬ ହଜାର ଟଙ୍କା, ପିଇଓ ଶ୍ୟାମା ପ୍ରସାଦ ମିଶ୍ର ୧୭ ଲକ୍ଷ ୭୦ ହଜାର ଟଙ୍କା, ପିଇଓ ସୁଶାନ୍ତ ବଣିଆ ୧୩ ଲକ୍ଷ ୫୩ ହଜାର ଟଙ୍କା, ପିଇଓ ଉମା ଶଙ୍କର ଶାହା ୨୧ ଲକ୍ଷ ୮୯ ହଜାର ଟଙ୍କା, ଏସ୍‌ଆଇ ଅଶୋକ ପ୍ରଧାନ ୭୧ ହଜାର ୨ଶହ ଟଙ୍କା, ଯୋଗାଣ ନୀରିକ୍ଷକ ଦେବଧର ଧରୁଆ ୮୩ ହଜାର ୪ଶହ ଟଙ୍କା, ଜିପିଇଓ କରୁଣାକର ବାଗ ୧୪ ହଜାର ୭୫୦ ଟଙ୍କା, ମନରେଗା ଆସିଷ୍ଟାଣ୍ଟ ସୁବ୍ରତ ସାହୁ ୨୦ ହଜାର ଟଙ୍କା ବ୍ଲକରୁ ଅଗ୍ରିମ ନେଇଛନ୍ତି। କିନ୍ତୁ, ସେମାନେ ଫେରାଇବାର ନା ଧରୁନାହାନ୍ତି।

ତୁରନ୍ତ ଏହି ବକେୟା ଟଙ୍କା ପ୍ରଦାନ ନିମନ୍ତେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe