ସାବିତ୍ରୀ ପାଇଁ ମା’ ବିରଜା ମନ୍ଦି‌‌ରରେ ଭିଡ଼

ସାବିତ୍ରୀ ପାଇଁ ମା’ ବିରଜା ମନ୍ଦି‌‌ରରେ ଭିଡ଼

ଯାଜପୁରସଦର: ସାବିତ୍ରୀ ବ୍ରତ ଅବସରରେ ଆଜି ମା’ ବିରଜାଙ୍କ ମନ୍ଦିରରେ ହଜାରହଜାର ବ୍ରତଧାରୀ ମହିଳାଙ୍କ ସମାଗମ ହୋଇଥିଲା। ଆଜି ସକାଳ ୬ଟା ୩୦ ମିନିଟରେ ମା’ଙ୍କ ସିଂହଦ୍ୱାର ଖୋଲିବା ପରେ ମହିଳା ଭକ୍ତମାନେ ଧାଡ଼ିରେ ଯାଇ ମା’ଙ୍କ ଦର୍ଶନ କରିଥିଲେ। ପାଗ ଅନୁକୂଳ ଥିବାରୁ ଭକ୍ତମାନଙ୍କ ଭିଡ଼ ଅପରାହ୍ଣ ପର୍ଯ୍ୟନ୍ତ ଲାଗି ରହିଥିଲା। ଯାଜପୁର ଟାଉନ ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ବରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା। ମନ୍ଦିର ମୁଖ୍ୟ ପରିଚାଳକ ତଥା ଉପଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ଓ ମାଜିଷ୍ଟ୍ରେଟ ଭାବେ ଯାଜପୁର ଅତିରିକ୍ତ ତହସିଲଦାର କ୍ଷୀରୋଦ ଦାସ ଉପସ୍ଥିତ ଥିଲେ।

ହଜାରହଜାର ମହିଳା ଶାଢ଼ୀ, ଶଙ୍ଖା, ସିନ୍ଦୁର, ଫୁଲ, ଫଳ ନେଇ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ଜନସ୍ବାସ୍ଥ୍ୟ‌ ବିଭାଗ ଓ ପୌର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସତ୍ୟସାଇ ସେବାସଂସ୍ଥା ତରଫରୁ ୪୦ ଜଣ କର୍ମୀ ମନ୍ଦିର ସଫେଇ କରିଥିଲେ। କାଉନସିଲର ସୁରେନ୍ଦ୍ର ରଣାଙ୍କ ନେତୃତ୍ୱରେ ମା’ ପୁଣ୍ୟତୋୟା ସେବା ସମିତି, ଡ୍ରାଇଭର ମହାସଂଘ ଓ ଅନ୍ବେଷଣ ଥିଏଟର ପକ୍ଷରୁ ଭକ୍ତମାନଙ୍କୁ ଦହିପାଣି ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe