ରଥଖଳା ଚଳଚଞ୍ଚଳ: ୯ ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ

ରଥଖଳା ଚଳଚଞ୍ଚଳ: ୯ ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ

ପୁରୀ: ଆଜି ରଥ ନିର୍ମାଣର ଦ୍ୱିତୀୟ ଦିନରେ ରଥ ନିର୍ମାଣକାରୀ ସେବକମାନେ ତିନିରଥର ମୋଟ୍‌ ୯ ଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି। ଗତକାଲି କରତି ସେବକମାନେ କାଠଗଡ଼କୁ ଚିରଟ କରି ତିନି ରଥ ପାଇଁ ଦୁଇଟି ଲେଖାଁଏ ତୁମ୍ବଗଡ଼ ଯୋଗାଇ ଦେଇଥିଲେ। ଆଜି ତିନି ରଥର ମହାରଣାମାନଙ୍କୁ କରତି ସେବକମାନେ ଆଉ ଦୁଇଟି ଲେଖାଁଏ ତୁମ୍ବଗଡ଼ ଚିରଟ କରି ଯୋଗାଇ ଦେଇଛନ୍ତି।

ଦୁଇଟି ତୁମ୍ବପାଇଁ କାଠ ଚିରା ଜାରି ରଖିଛନ୍ତି। ଏଥିସହ ଆଜି ତିନିରଥର କମାର ସେବକମାନେ ତୁମ୍ବରେ ଅର ସଂଯୋଗ ପାଇଁ ସର କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି। ଆଜି ରଥଖଳାରେ ମହାରଣା ସେବକ ୧୭ ଜଣ, ଭୋଇ ସେବକ ୧୨ ଜଣ, କରତି ସେବକ ୪ଜଣ, କମାର ସେବକ ୬ଜଣ ଓ ରଥଖଳା ସହାୟକ ଜଣେ ମିଶି ମୋଟ୍‌ ୪୦ ଜଣ ସେବା ଯୋଗାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe