ସିନ୍ଧେକେଲା: ପଶ୍ଚିମ ଓଡ଼ିଶାର ପ୍ରମୁଖ ଯୋଗିନୀ ପୀଠ ରାଣୀପୁର ଝରିଆଲସ୍ଥିତ ସୋମେଶ୍ବର ମହାଦେବଙ୍କ ମନ୍ଦିରରେ ଶ୍ରାବଣ ଦ୍ବିତୀୟ ସୋମବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ପବିତ୍ର ସୋମ ପୁଷ୍କରିଣୀରୁ ଜଳ ଉଠାଇ ସୋମେଶ୍ବର ମହାଦେବଙ୍କୁ ଜଳଲାଗି କରିଥିଲେ।
ଭିଡ଼କୁ ନଜରରେ ରଖି ମନ୍ଦିର କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଦାତା ଓ ମାନସିକଧାରୀମାନଙ୍କ ତରଫରୁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ବିସ୍ତୀର୍ଣ୍ଣ ପାହାଡ଼ ଉପର ଗେରୁଆମୟ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା।
Follow Us