ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି : ଅବଢା ପାଇଁ ନୃସିଂହ ମନ୍ଦିର ପାଖରେ ୫ ହଜାର ଲୋକ ଏକାଠି

Advertisment

ଜିଲ୍ଲା ପ୍ରଶାସନର କୋଭିଡ ପରିଚାଳନାରେ ବିଭ୍ରାଟ

ଜିଲ୍ଲା ପ୍ରଶାସନର କୋଭିଡ ପରିଚାଳନାରେ ବିଭ୍ରାଟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି : ଅବଢା ପାଇଁ ନୃସିଂହ ମନ୍ଦିର ପାଖରେ ୫ ହଜାର ଲୋକ ଏକାଠି

ପୁରୀ : ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ କୋଭିଡ କଟକଣାକୁ ଫୁ କରି ଦିଆଯାଇଛି। ସୁଆର ନିଯୋଗ ଅବଢ଼ା ବିକ୍ରି କରିବ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ସମସ୍ତ କୋଭିଡ କଟକଣାକୁ ଦଳିମକଚି ଦେଇଛନ୍ତି। ସତେ ଯେମିତି ଜିଲ୍ଲା ପ୍ରଶାସନକୁ ଏମାନଙ୍କ ଖାତିର ନାହିଁ। ଅବଢ଼ା ବିକ୍ରି ଭିଡ଼ ତାହା ପ୍ରମାଣିତ କରିଛି। ଜିଲ୍ଲା ପ୍ରଶାସନ ଓ ପୁଲିସର ଅନୁପସ୍ଥିତି ଯୋଗୁଁ ଆଜି ନୃସିଂହ ମନ୍ଦିର, ମାଟିଆପଡ଼ା ଛକରେ ୫ ହଜାରରୁ ଅଧିକ ଲୋକ ସମାଗମ ହୋଇଥିଲେ। ମାଟିଆପଡ଼ା ମୁଖ୍ୟ ରାସ୍ତା ୪ ଘଣ୍ଟା ଧରି ଜାମ ରହିଥିଲା।

୫୦୦ ସେବକ ରଥ ଟାଣିବାକୁ ନେଇ ଗୋଟିଏ ପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବ‌ାବେଳେ ଅନ୍ୟପଟେ ପ୍ରଶାସନ ୫ ହଜାର ଲୋକଙ୍କୁ ଏକତ୍ର ‌ହେବାର ସୁଯୋଗ ଦେବା ଦୁର୍ଭାଗ୍ୟର କଥା ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି। ସୁଆର ନିଯୋଗର ବଡ଼ ବଡ଼ ଟାଣୁଆ ଅବଢ଼ା ବ୍ୟବସାୟୀ ନିୟମକୁ ଭାଂଗିବାକୁ ପ୍ରଶାସନ ଓ ପୁଲିସ ସହିତ ସନ୍ଧି କରିଥିବା ଅଭିଯୋଗ ହୋଇଛି। ରଥ ଶରଧାବାଲିରେ ଲାଗିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରୁ ଥିବା ଆଡ଼ପ ଅବଢ଼ା ପାଇବ‌ା ପାଇଁ ସମସ୍ତଙ୍କ ଆଗ୍ରହ ଥାଏ। ସେହି ଆଗ୍ରହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସୁଆର ନିଯୋଗର ମିଳିତ ଆଲୋଚନାରେ ଭକ୍ତଙ୍କୁ ଅବଢ଼ା ବାଣ୍ଟିବା ପାଇଁ ଏକ କାଉଣ୍ଟର ବ୍ୟବସ୍ଥା କରାଯାଇଥିଲା। ସେଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କାଉଣ୍ଟର ନିର୍ମାଣ କରାଗଲା। ବ୍ୟବସ୍ଥା ଥି‌ଲା ଯିଏ ଟୋକନ କାଟିବ, ସେ ହିଁ କେବଳ ଅବଢ଼ା ନେଇପାରିବ। ବରାଦ ଅନୁସାରେ ନିଯୋଗ ପକ୍ଷରୁ ନିଯୁକ୍ତ ‌ସେବକମାନେ ଏ ଅବଢ଼ା ଆଣି ଦେବେ। ସବୁ କିଛି ବ୍ୟବସ୍ଥିତ ହେବ, ଏହାଦ୍ବାରା ସାମାଜିକ ଦୂରତା ମଧ୍ୟ ରକ୍ଷା‌ କରାଯାଇପାରିବ। ମାତ୍ର ଏହି କାଉଣ୍ଟର ଫାଙ୍କା ପଡ଼ିଲା। କଟାଯାଇଥିବା ସାମାଜିକ ଦୂରତା‌ ଘର ଖାଲି ପଡ଼ିଲା। ସୁଆରମାନେ ସେମାନଙ୍କ ବରାଦି ଅବଢାକୁ ବିକ୍ରି କରିବାକୁ ପାଇଁ ଭକ୍ତଙ୍କୁ ନୃସିଂହ ମନ୍ଦିର ନିକଟରେ ଏକତ୍ର କରାଇଥିଲେ। ବୋଝିଆମାନେ ମହାପ୍ରସାଦ ଆଣି ସେଠାରେ ଦେଉଥିଲେ। ଆଜି ଏହାକୁ ନେଇ ଅଭାବନୀୟ ସ୍ଥିତି ଉପୁଜିଥିଲା।

କରୋନା ଭଳି କଠିନ ପରିସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରାକୁ କଟକଣାରେ କରାଯାଉଛି। ପୁରୀର ସ୍ଥାନୀୟ ଲୋକଙ୍କୁ ଘରୁ ବାହାରିଲେ ପୁଲିସ ପିଟୁଛି। ସାହି ଗଳିକନ୍ଦିରେ ବ୍ୟାରିକେଡ କରି ଲୋକଙ୍କୁ ପ୍ରଶାସନ କଲବଲ କରୁଛି। ମାତ୍ର ପ୍ରଶାସନିକ ଅଧିକାରୀ ଓ ପୁଲିସର ଅବଢ଼ା ଲୋଭ ସୁପ୍ରିମକୋର୍ଟଙ୍କ କୋଭିଡ କଟକଣାକୁ ଫୁ କରି ଦେଇଥିବା ସୁଆର ନିଯୋଗ ବିରୋଧରେ କା‌ର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ ହୋଇଛି। ବାରମ୍ବାର ଅବଢ଼ା ବିକ୍ରି ଆଳରେ କଟକଣାର ଖୋଲା ଉଲଂଘନ କରାଯାଉଥିଲେ ବି ପ୍ରଶାସନ କିନ୍ତୁ ନିରବ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe