ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼

Advertisment

ବୁଲିଲେ ୧୪୬୮, ଫେରିଗଲେ ୫୦୦ରୁ ଊର୍ଦ୍ଧ୍ୱ

ବୁଲିଲେ ୧୪୬୮, ଫେରିଗଲେ ୫୦୦ରୁ ଊର୍ଦ୍ଧ୍ୱ

ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼

ରାଜନଗର : ରବିବାର ଥିବାରୁ ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଆଜି ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ ଜମିଥିଲା। ୧୪୬୮ଜଣ ପର୍ଯ୍ୟଟକ ଭିତରକନିକାର ଶୋଭା ଉପଭୋଗ କରିଥିଲେ। ବୋଟ୍‌ ନ ପାଇ ୫ଶହରୁ ଉର୍ଦ୍ଧ୍ୱ ଫେରିଯାଇଥିଲେ। ଏହାକୁ ନେଇ ପର୍ଯ୍ୟଟକାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

publive-imageଗତମାସରୁ ଭିତରକନିକାକୁ ପର୍ଯ୍ୟଟକମାନଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି। ପ୍ରତିଦିନ ଦଳଦଳ ହୋଇ ଦେଶବିଦେଶର ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତି। ଆଜି ସ୍ଥଳ ପଥରେ ଡାଙ୍ଗମାଳ ପ୍ରବେଶ ପଥ ଦେଇ ୭୪୨ଜଣ ପର୍ଯ୍ୟଟକ, ଗୁପ୍ତି ବାଟ ଦେଇ ୨୩ଟି ବୋଟ୍‌ରେ ୨୬୯ ଜଣ ଓ ଖୋଳା ପ୍ରବଶ ପଥ ଦେଇ ୫୧ଟି ବୋଟ୍‌ରେ ୪୫୭ଜଣ ପର୍ଯ୍ୟଟକ ଭିତରକନିକାରେ ପହଞ୍ଚିଥିଲେ। ଅତ୍ୟଧିକ ଭିଡ ଯୋଗୁଁ ଖୋଳା ଓ ଗୁପ୍ତି ଦେଇ ଭିତରକନିକା ଯିବାକୁ ଆସିଥିବା ୫ଶହରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ବୋଟ୍‌ ନ ପାଇ ନିରାଶରେ ଫେରିଯାଇଥିବା ଦେଖିବାକୁ ମିଳିଥିଲା।

ଭିତରକନିକା ଜାତୀୟ ଉଦ୍ୟାନରେ ଏବେ ଅଷ୍ଟ୍ରେଲିଆ, ଆଫ୍‌ଗାନିସ୍ତାନ, ଆମେରିକା, ପାକିସ୍ଥାନ, ଜାପାନ, ଶ୍ରୀଲଙ୍କା, ବାଂଲାଦେଶରୁ ଆସିଥିବା ପକ୍ଷୀମାନଙ୍କ ସହିତ ଦେଶୀୟ ପକ୍ଷୀଙ୍କ ସମାଗମ ହୋଇଛି। ଏଠାରେ ଥିବା ବିରଳ ବଉଳାକୁମ୍ଭୀର, ଡଲଫିନ୍‌, ଅଲିଭ୍‌ରିଡ୍‌ଲେ, ହରିଣ, ବାର୍‌ହା, ସମ୍ବର, ଫିସିଂକ୍ୟାଟ୍‌, ହାଏନା, ଝିଙ୍କ ସହିତ ପାଣିଗୋଧି, ଅଜଗର, ଅହିରାଜ ଆଦି ବିରଳ ପ୍ରାଣୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥିସହିତ ଅଭୟାରଣ୍ୟରେ ହେନ୍ତାଳବଣ ଓ ୬୩ ପ୍ରକାରର ଲୁଣା ଜଙ୍ଗଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe