Crowd situation in front of the chariot: Development Commissioner visits Prabhati's house and investigates Photograph: (sambad.in)
ବାଲିପାଟଣା: ଶରଧାବାଲିରେ ସୃଷ୍ଟି ହୋଇଥିବା ଦଳାଚକଟା ଭଳି ସ୍ଥିତିରେ ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିର ବିଶ୍ୱଜିତ ଦାସଙ୍କ ପତ୍ନୀ ପ୍ରଭାତୀ ଦାସଙ୍କ ମୃତ୍ୟୁ ଘଟିଥିଲା।
ଦଳାଚକଟାର ପ୍ରକୃତ କାରଣ ଜାଣିବା ପାଇଁ ଉନ୍ନୟନ କମିସନର ଅନୁ ଗର୍ଗ ଶନିବାର ମୃତ ପ୍ରଭାତୀଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ବିସ୍ତୃତ ଆଲୋଚନା କରି ରିପୋର୍ଟ ତଲବ କରିଥିବା ଜଣାପଡିଛି ।
କେଉଁ ପରିସ୍ଥିତିରେ ଦଳାଚକଟା ହୋଇଥିଲା ? ସେ ସମୟରେ ପ୍ରଭାତୀଙ୍କ ପାଖରେ ନିଜ ଲୋକ କିଏ ଥିଲେ ? ଭିଡ଼ ଭିତରୁ କିପରି ଉଦ୍ଧାର କରାଯାଇଥିଲା ? କେତେ ବିଳମ୍ୱରେ କେଉଁଥିରେ ହସ୍ପିଟାଲ ନିଆ ଯାଇଥିଲା ? ଆମ୍ବୁଲାନ୍ସ ବିଳମ୍ୱ କାରଣ ପ୍ରଭୃତି ବିଷୟରେ ଦୀର୍ଘ ଏକ ଘଣ୍ଟା ଧରି ଆଲୋଚନା କରି ଉନୟନ୍ନ କମିସନର ପଚାରି ବୁଝିଥିବା ମୃତକଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି।
ଚାରମାଳ ଗାଡି ଭିଡ଼ ଭିତରେ ପ୍ରବେଶ କରିବା ଫଳ ଶ୍ରଦ୍ଧାଳୁ ସମସ୍ୟାରେ ପଡିଥିଲେ | ଗୁରୁତର ଅବସ୍ଥାରେ ପ୍ରଶାସନ ତରଫରୁ ଜରୁରୀ କାଳୀନ ସହଯୋଗ ଢେର ବିଳମ୍ୱ ହୋଇଥିଲା । ଅବ୍ୟବସ୍ଥା କାରଣରୁ ପ୍ରଭାତୀ ମୃତ୍ୟୁ ହୋଇଥିବା ପରିବାର ଲୋକେ ଉନୟନ୍ନ କମିସନରଙ୍କୁ ଅଭିଯୋଗ କରିଥିଲେ।
କମିସନରଙ୍କ ଗସ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉପ ଜିଲ୍ଲାପାଳ ମନୋରଞ୍ଜନ ସାହୁ , ଭୁବନେଶ୍ୱର ଏଡ଼ିଏମ୍ ରୁଦ୍ର ନାରାୟଣ ମହାନ୍ତି ବାଲିପାଟଣା ତହସିଲଦାର କଳ୍ପନା ଦାସ, ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ |
Rath Yatra 2025 | anu garg
Follow Us