ଲକ୍‌ଡାଉନରେ ମଦ ଦୋକାନରେ ଭିଡ଼

Advertisment
ଲକ୍‌ଡାଉନରେ ମଦ ଦୋକାନରେ ଭିଡ଼

ବିଂଝାରପୁର : ସରକାରଙ୍କ ନିର୍ଦେଶକୁ ମାନୁନାହାନ୍ତି ମଦ ଦୋକାନୀ। ଲକ୍‌ଡାଉନରେ ରାଜ୍ୟ ସରକାର ମଦ ଦୋକାନ ଖୋଲିବା ଉପରେ କଟକଣା ଜାରି କରିଥିଲେ ହେଁ ଅନଲାଇନ୍ ମାଧ୍ୟମରେ ବୁକିଂ ଓ ପାର୍ସଲ କରିବାକୁ ଅନୁମତି ଦେଇଛନ୍ତି। ବିଂଝାରପୁର ବଜାର ଅଞ୍ଚଳରେ କିନ୍ତୁ ମଦ ଦୋକାନରେ ପ୍ରବଳ ଭିଡ଼ ହେଉଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକୁ ଦିନ ୧୧ଟା ପରେ ପୁଲିସ ବନ୍ଦ କରୁଛି। ଅଥଚ ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏକ ବିଦେଶୀ ମଦ ଦୋକାନ ସମ୍ମୁଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

ମଦ ଦୋକାନର ସମ୍ମୁଖ କବାଟ ବନ୍ଦ ଥିବାବେଳେ ପାର୍ଶ୍ବରେ ଥିବା ଏକ ଟିଣ ଗେଟ୍ ଦେଇ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ବିଂଝାରପୁର ବ୍ୟବସାୟୀମାନଙ୍କ ଅଭିଯୋଗ ଯେ ସରକାରଙ୍କ କୋଭିଡ୍‌ ନିୟମ ଅନୁଯାୟୀ ଅତ୍ୟାବଶ୍ୟକ ଦୋକାନ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲିଥାଏ। ଅନ୍ୟ ଦୋକାନ ସବୁ ବନ୍ଦ ରହୁଥିବା ବେଳେ ମଦ ଦୋକାନକୁ ପାର୍ସଲ କରିବାକୁ ନିର୍ଦେଶ ଅଛି। ସେହିପରି ଦିନ ୧୧ଟାରେ ଦୋକାନ ବନ୍ଦ କରୁକରୁ ଯଦି ୫ ମିନିଟ ଡେରି ହୋଇଯାଉଛି ତେବେ ପୁଲିସ ଦୋକାନୀଙ୍କ ଉପରେ ଚଢ଼ଉ କରିବା ସହ ଜରିମାନା ଆଦାୟ କରୁଛି। ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ମଦ ଦୋକାନ ସମ୍ମୁଖରେ ୧୨ଟା ପର୍ଯ୍ୟନ୍ତ ଭିଡ଼ ରହୁଥିଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ କରୁନାହିଁ। ଏ ସଂପର୍କରେ ଏସଆଇ କଣ୍ଡୁରୀ ଚରଣ ଦାସଙ୍କୁ ପଚାରିବାରୁ ଦେଖିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe