ବାଲିଯାତ୍ରା ପଡ଼ିଆ ପାଲଟିଲା ଜନସମୁଦ୍ର

Advertisment

ସହରର ସବୁ ରାସ୍ତା ଜାମ୍‌, ଟ୍ରାଫିକ୍ କଟକଣାରେ ତ୍ରୁଟି, ୨୦ରୁ ଅଧିକ ଆମ୍ବୁଲାନ୍ସ ‌ଫସିଲା

ସହରର ସବୁ ରାସ୍ତା ଜାମ୍‌, ଟ୍ରାଫିକ୍ କଟକଣାରେ ତ୍ରୁଟି, ୨୦ରୁ ଅଧିକ ଆମ୍ବୁଲାନ୍ସ ‌ଫସିଲା

ନଭେମ୍ବର ୨୭ରୁ ଡିସେମ୍ବର ୪ କଟକ ବାଲିଯାତ୍ରା: କଳେବର ବୃଦ୍ଧି ସହ ପର୍ଯ୍ୟଟନ ପଞ୍ଜିକାରେ ସ୍ଥାନ ଦେବା ଯୋଜନା

କଟକ : ଶନିବାର ଦିନ ବାଲିଯାତ୍ରା ପଡ଼ିଆ ଜନ ସମୁଦ୍ରରେ ପରିଣତ ହୋଇଛି। ଉଭୟ ତଳ ଆଉ ଉପର ପଡ଼ିଆରେ ଲକ୍ଷାଧିକ ଲୋକଙ୍କ ଭିଡ଼ ସମସ୍ତଙ୍କୁ ନାକେଦମ୍ କରିଛି। ବାଲିଯାତ୍ରା ପାଇଁ ସହରର ସବୁ ରାସ୍ତା ଜାମ୍ ହୋଇଯାଇଥିବା ବେଳେ ଯୋବ୍ରା ବ୍ୟାରେଜରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଯୋବ୍ରା ବ୍ୟାରେଜ ଓ ମହାନଦୀ ରିଂ ବନ୍ଧ ରାସ୍ତାରେ ୨୦ରୁ ଅଧିକ ଆମ୍ବୁଲାନ୍ସ ଫସିବା ସହିତ ଗୁରୁତର ରୋଗୀ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଏଭଳି ଭିଡ଼ ଆଶା କରାଯାଉଥିଲେ ବି ଟ୍ରାଫିକ ପରିଚାଳନାରେ ଗୁରୁତର ତ୍ରୁଟି ଏଭଳି ଦୁର୍ଦ୍ଦଶାର କାରଣ ହୋଇଥିବା ଅଭିଯୋଗ ହୋଇଛି।

publive-image

ଗତକାଲି ଠାରୁ ବାଲିଯାତ୍ରାରେ ଭିଡ଼ ବଢି ଥିବା ବେଳେ ଆଜି ମାସର ଦ୍ବିତୀୟ ଶନିବାର ଛୁଟି ଦିନ ଥିବାରୁ ଭିଡ଼ ରେକର୍ଡ ଟପି ଥିଲା। ଅପରାହ୍ନ ୫ଟାରୁ ବ୍ୟାରେଜ ପୋଲ ଉପରେ ଭିଡ଼ ଅଣାୟତ ହୋଇଥିଲା। ସେଠାରେ ଟ୍ରାଫିକ୍ ବ୍ୟବସ୍ଥା ବ୍ୟବସ୍ଥିତ ନ ଥିବାରୁ ‌ଗାଡ଼ିଗୁଡ଼ିକ ପୋଲ ଉପରେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲ‌ା। ଅନ୍ୟପଟେ ଆଜି ବଲିଉଡ୍‌ର ଲୋକପ୍ରିୟ ସଂଗୀତକାର କୈଳାସ ଖେର୍ ଅକ୍ଷୟ ମହାନ୍ତି ମଞ୍ଚରେ ସଂଗୀତ ପରିବେଷଣ କରିଥିବା ବେଳେ ତାଙ୍କ ଗୀତ ଶୁଣିବାକୁ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିଲା। ଅନ୍ୟପଟେ ଆଜି ଉଭୟ ପଡ଼ିଆରେ କିଣାବିକା ସାଙ୍ଗକୁ ଖାଦ୍ୟପେୟର ବ୍ୟବସାୟ ଖୁବ୍ ଜମି ଥିଲା। ଆସନ୍ତାକାଲି ରବିବାର ଥିବାରୁ ଭିଡ଼ ଅସମ୍ଭାଳ ହେବା ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe