ସିଆରପିଏଫ୍ ଡିଆଇଜିଙ୍କ ଦେହାନ୍ତ, ୧୨ ଦିନ ହେଲା କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଥିଲେ

Advertisment
ସିଆରପିଏଫ୍ ଡିଆଇଜିଙ୍କ ଦେହାନ୍ତ, ୧୨ ଦିନ ହେଲା କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଥିଲେ

ଭୁବନେଶ୍ବର : କୋଭିଡ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ସିଆରପିଏଫ୍ ଭୁବନେଶ୍ବର ଗ୍ରୁପ୍ କ୍ୟାମ୍ପ ଡିଆଇଜି ସୁନୀଲ କୁମାର ପାର୍ଥଙ୍କର ୫୪ବର୍ଷ ବୟସରେ ଆଜି ଦେହାନ୍ତ ହୋଇଛି। ସେ ଗତ ୨୬ ତାରିଖରୁ ଆକ୍ରାନ୍ତ ହୋଇ ଭୁବନେଶ୍ବରସ୍ଥିତ ଆଦିତ୍ୟ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ସେ ପ୍ରାଣ ହରାଇଥିଲେ। ଏହାକୁ ନେଇ ଭୁବନେଶ୍ବର ସିଆରପିଏଫ୍ କ୍ୟାମ୍ପସରେ ଶୋକର ଛାୟା ଖେଳିଯାଇଛି। ସତ୍ୟନଗର ଶ୍ମଶାନରେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ତାଙ୍କର ଶେଷକୃତ୍ୟ କରାଯାଇଛି। ସେଠାରେ ଫଟୋ ରଖି ଗାର୍ଡ ଅଫ୍ ଅନର୍‌ ପ୍ରଦାନ କରାଯାଇଥିଲା। ସିଆରପିଏଫ୍ ରେଞ୍ଜ ଡିଆଇଜି ଏମ.ଆର ହୁସେନ୍ ଓ ଅନ୍ୟ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ତାଙ୍କ ପତ୍ନୀ ଓ ଦୁଇ ଝିଅ ମଧ୍ୟ ଉପସ୍ଥିତ ଥିଲେ।

ଡିଆଇଜି ଶ୍ରୀ ପାର୍ଥଙ୍କ ଘର ଉତ୍ତରପ୍ରଦେଶର ମିରଟରେ। ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ସେ ପ୍ରଥମେ ଭୁବନେଶ୍ବର ଗ୍ରୁପ୍‌ କ୍ୟାମ୍ପରେ ଅବସ୍ଥାପିତ ହୋଇଥିଲେ। ଭୁବନେଶ୍ବର ଗ୍ରୁପ କ୍ୟାମ୍ପ ପକ୍ଷରୁ ଏକ ପ୍ରେସ୍‌ ବବୃତିରେ କୁହାଯାଇଛି, ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ତାଙ୍କର ଚାକିରି ସମୟରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଯେଉଁଥିପାଇଁ ସେ ସବୁ ବର୍ଗର କର୍ମଚାରୀଙ୍କ ପାଇଁ ଆଦର୍ଶ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe