ଆତଙ୍କବାଦୀଙ୍କ ସହ ଲଢ଼ି ସିଆର୍‌ପିଏଫ୍ ଯବାନ ସମ୍ମାନିତ

Advertisment
ଆତଙ୍କବାଦୀଙ୍କ ସହ ଲଢ଼ି ସିଆର୍‌ପିଏଫ୍ ଯବାନ ସମ୍ମାନିତ

ବେଗୁନିଆପଡ଼ା : ୨୦୧୯ ମସିହା ମେ’ ୧୬ ତାରିଖରେ ଜମ୍ମୁକଶ୍ମୀରରର ଇମନାମସାହିବ ଥାନା ହାର୍ଦ୍ଦିହନ୍ ଡିଉ ଗ୍ରାମର ‌ସେଓ ବଗିଚାରେ ସର୍ଚ୍ଚ ଅପରେସନ୍ ବେଳେ ସିଆରପିଏଫ୍ ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ୩ ଘଣ୍ଟା ଧରି ଘମାଘୋଟ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଆଉ ଏହି ଅପରେସନ୍‌ରେ ବୀରତ୍ବର ସହ ଲଢ଼ିଥିବା ଗଞ୍ଜାମ ଜିଲ୍ଲାର ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କୁ କାରଗିଲ୍ ବିଜୟ ଦିବସ ଅବସରରେ ସ୍ବତନ୍ତ୍ର ପଦକ ସହ ସମ୍ମାନିତ କରାଯାଇଛି। ସିଆରପିଏଫ୍ ଡିଜି କୁଲଦୀପ ସିଂ’ ତାଙ୍କୁ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରିଥିଲେ।
ପ୍ରକାଶ ହେଉଛନ୍ତି, ବେଗୁନିଆପଡ଼ା ବ୍ଲକ୍ କାଳିମେଘି ଗ୍ରାମର ବିପ୍ରଚରଣ ପଣ୍ଡା ଓ ଶୈଳବାଳା ପଣ୍ଡାଙ୍କ ସାନପୁଅ। ସେ ବର୍ତ୍ତମାନ ଛତିଶଗଡ଼ ରାଜ୍ୟ ଜଗଦଳପୁରରେ କୋବ୍ରା ବାଟାଲିଅନ୍‌‌ରେ କାର୍ଯ୍ୟରତ। ଏହି ଖବର ପ୍ରଚାର ହେବା କ୍ଷଣି କାଳିମେଘି ଗ୍ରାମ ସମେତ ସମଗ୍ର ବେଗୁନିଆପଡ଼ା ବ୍ଲକ୍‌ରେ ଖୁସିର ଲହରି ଖେଳିଯାଇଛି। ଏହାପୂର୍ବରୁ ପ୍ରକାଶଙ୍କୁ ଗତବର୍ଷ ଅଗଷ୍ଟ ୧୫ ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ପ୍ରକାଶଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ତାଙ୍କ ପାଇଁ ଅଞ୍ଚଳ ଗର୍ବିତ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe