ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ସିଆର୍‌ପିଏଫ୍ ଯବାନ ଗିରଫ

ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ଲଖନପୁର : ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଯୁବକ ଜଣକ ସିଆର୍‌ପିଏଫ୍‌ରେ ଯବାନ ଭାବେ ଚାକିରି କରୁଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଉଭୟଙ୍କ ମଧ୍ୟରେ ୧୧ ବର୍ଷ ଧରି ସଂପର୍କ ଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଅଟକ ଯୁବକ ହେଲେ ଲଖନପୁର ଥାନା ଜୟବୁଡ଼ିଆ ଗାଁର ନରେଶ ପ୍ରଧାନ (୩୧)। ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ ପୀଡ଼ିତା ୨୦୧୦ ମସିହାରେ ଲଖନପୁର ବ୍ଲକ ଅଞ୍ଚଳରେ ଥିବା ଏକ ସ୍କୁଲ୍‌ ହଷ୍ଟେଲ୍‌ରେ ରହି ପାଠ ପଢ଼ୁଥିଲେ। ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ନରେଶଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀ ଜଣକ ଦଶମ ପାସ ପରେ ଏକ କଲେଜରେ ଯୁକ୍ତ ଦୁଇରେ ପଢ଼ୁଥିବା ସମୟରେ ମଧ୍ୟ ନରେଶ ତାଙ୍କ ପାଖକୁ ଯାଉଥିଲା। ୨୦୧୩ ଡିସେମ୍ବରରେ ଯୁବତୀଙ୍କୁ ତାଙ୍କ ଗାଁକୁ ଆଣି ଘରେ ରଖିବା ସହିତ ତାଙ୍କ ବିରୋଧ ସତ୍ତ୍ବେ ବିବାହ କରିବାର ପ୍ରତିଶ୍ରୁତି ଦେଇ ୨ଦିନ ଧରି ଶାରୀରିକ ସମ୍ପର୍କ ରଖିଥିଲା। ଏହାର ଭିଡିଓ କରି ତାଙ୍କୁ ବ୍ଲାକମେଲ କରୁଥିବା ଯୁବତୀ ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ପରେ ୨୦୧୬ ମସିହାରେ ଯୁବତୀ ଇଂଜିନିୟରିଂ ପଢ଼ୁଥିବା ସମୟରେ ମଧ୍ୟ ନରେଶ ମଝି ମଝିରେ ଛୁଟିରେ ଆସି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିବାରୁ ଯୁବତୀ ୨୦୧୮ ରୁ ୨୦୨୧ ମଧ୍ୟରେ ଗର୍ଭ ନଷ୍ଟ କରିଥିବା କହିଛନ୍ତି। ୨୦୨୧ରେ ପେବ୍ରୁଆରି ୧୨ ତାରିଖରେ ଝାରସୁଗୁଡ଼ା ଝାଡେଶ୍ବର ମନ୍ଦିରରେ ଦୁଇ ଜଣ ବିବାହ କରିଥିବା ଯୁବତୀ ଜଣକ କହିଛନ୍ତି। ୨ ଦିନ ପରେ ନରେଶ ଯୁବତୀଙ୍କ ଘରକୁ ଆସି ପୁଣି ବୈଦିକ ରୀତିରେ ବାହା ହେବାକୁ କଥା ହୋଇଥିଲେ ମଧ୍ୟ ତା’ପରେ ଆଉ ଯୁବତୀଙ୍କ ସହ କୌଣସି ସମ୍ପର୍କ ରଖି ନଥିଲା। କିନ୍ତୁ ନରେଶ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେଉଥିବା ସମ୍ପର୍କରେ ଖବର ପାଇ ନରେଶଙ୍କ ବିରୋଧରେ ଲଖନପୁର ଥାନାରେ ଶୁକ୍ରବାର ସକାଳେ ଅଭିଯୋଗ କରିଛନ୍ତି। ପୁଲିସ ନରେଶକୁ ଅାଜି ଗିରଫ କରିଥିବା ବେଳେ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଦୁଃଖିନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe