ରାୟଗଡ଼ା: କୋରାପୁଟ ଠାରୁ ରାଉରକେଲା ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସରୁ ପଡି ଜଣେ ସିଆରପିଏଫ ଯବାନ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ହୋଇଥିବା ଯବାନ ଜଣଙ୍କ ହେଉଛନ୍ତି ଶରତ ମାଝୀ ।
ଦୁର୍ଘଟଣା ସମ୍ପର୍କରେ ଆରପିଏଫ ପୁଲିସ ଅବଗତ ହେଲା ପରେ ଅଧିକାରୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ କଲ୍ୟାଣସିଂହପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ କରେଇଥିଲେ ।
ଅଧିକ ପଢ଼ନ୍ତୁ: ବସ୍-ବାଇକ୍ ଧକ୍କା: ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତିଲେ ବାଇକ୍ ଚାଳକ ଏବଂ ଯାତ୍ରୀ,
ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ଅବସ୍ଥା ଗୁରୁତ୍ତର ଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ସେ କୋରାପୁଟ ଠାରୁ ନିଜ ଘର ବଲାଙ୍ଗୀର ଅଭିମୁଖେ ଇଣ୍ଟରସିଟି ଏକ୍ସପ୍ରେସ ଯୋଗେ ଯାଉଥିବା ସମୟରେ କୌଣସି କାରଣରୁ ତାଙ୍କର ଗୋଡ଼ ଖସିଯାଇ ଲେଲିଗୁମା ଷ୍ଟେସନ ନିକଟରେ ପଡିଯାଇଥିଲେ । ଡିଏଚଏଚରେ ରାୟଗଡ଼ା ସିଆରପିଏଫ ୪ର୍ଥ ବାଟାଲିଅନର କର୍ମଚାରୀମାନେ ଉପସ୍ଥିତ ଅଛନ୍ତି ।
ଅଧିକ ପଢ଼ନ୍ତୁ: ଛାତ୍ରୀ ନିଜ ଜୀବନ ନେବାକୁ ଉଦ୍ୟମ କରିବା ଘଟଣା: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ
Rayagada | Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/13/crpf-jawan-critically-injured-after-falling-from-train-2025-07-13-14-34-48.jpg)