ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ଅଘଟଣ: ଜେନେରେଟର୍‌ କରେଣ୍ଟ ଲାଗି ଯବାନ ମୃତ

ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ଅଘଟଣ: ଜେନେରେଟର୍‌ କରେଣ୍ଟ ଲାଗି ଯବାନ ମୃତ

NDTV.com

ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର ଥାନା ଅଧୀନ ମାଓପ୍ରବଣ ଅଞ୍ଚଳ ଭଣ୍ଡରଙ୍ଗି ସିଆରପିଏଫ୍‌ କ୍ୟାମ୍ପ୍‌ରେ ଜେନେରେଟର୍‌ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ଜଣକ ହେଲେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବଡ଼ବାଲିକୁଦା ଅଞ୍ଚଳର ତୁଷାରକାନ୍ତି ଦାସ।

ତୁଷାରକାନ୍ତି ସିଆରପିଏଫ୍‌ ନୂତନ କ୍ୟାମ୍ପ୍‌ରେ ମୁତୟନ ହୋଇଥିବା ବେଳେ ସୋମବାର ଦିନ ଜେନେରେଟର କାମ କରୁଥିଲେ। ତେବେ ଅସାବଧାନତାରୁ ସେ ଜେନେରେଟର ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ। ଖବର ପାଇ ଉପରିସ୍ଥ ଅଧିକାରୀ ଓ ସହକର୍ମୀ ତୁରନ୍ତ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତୁଷାରକାନ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସିଆରପିଏଫ୍‌ ପକ୍ଷରୁ ସୂଚନା ମିଳିଛି । ଶବ ବ୍ୟବଚ୍ଛେଦ ପରେ କମାଣ୍ଡାଣ୍ଟ୍‌ ଆନନ୍ଦ ଝାଙ୍କ ସମେତ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ପରେ ତାଙ୍କ ମରଶରୀରକୁ ବଡ଼ବାଲିକୁଦା ଗାଁ କୁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe