ବାଲିଗୁଡ଼ାରେ ସିଆରପିଏଫ୍‌ କ୍ୟାମ୍ପ ପରିସରରେ ଜୀବନ ହାରିଲେ ଯବାନ

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ୧୨୭ ବାଟାଲିୟନ ସିଆରପିଏଫ୍‌ କ୍ୟାମ୍ପ ପରିସରରେ ଜଣେ ସିଆରପିଏଫ୍‌ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯବାନ ଜଣକ ହେଲେ ରମେଶ(୪୩)। ତାଙ୍କ ବାପାଙ୍କ ନାମ ଚମି ଛେତିୟାର ଓ ଘର ଥିରୁବନ୍ତପୁରମ ଜିଲ୍ଲାର ଭେରନାକାଭୁରେ ବୋଲି ଜଣାପଡ଼ିଛି। ସେ କ୍ୟାମ୍ପ ପରିସରରେ ଥିବା ଶୌଚାଳୟରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଯବାନ ଜଣଙ୍କ କିଛିଦିନ ହେଲା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ବୋଲି ଜଣାପଡିଛି। ଏନେଇ ପୁଲିସ କେସ ନଂ ୧୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ ଆଜି ଅନ୍ୟ ଯବାନ ଶୌଚାଳୟକୁ ଗଲାବେଳେ ରମେଶଙ୍କୁ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଏନେଇ ସହଯୋଗୀ ଯବାନ ତୁରନ୍ତ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଉଚ୍ଚ ଅଧିକାରୀ ସମେତ ପୁଲିସ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ତାଙ୍କୁ ତଳକୁ ଓଲ୍ଲାଇ ଉପଖଣ୍ତ ଚିକିସରାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe