୨ ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ସିଆରପିଏଫ ଯବାନ

Advertisment
୨ ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ସିଆରପିଏଫ ଯବାନ

ମାଲକାନଗିରି: ଦେବଦୂତ ସାଜିଲେ ଯବାନ। ଏଭଳି ଚିତ୍ର ଦେଖିବାକୁ ମିଳିଛି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ। ବିଜାପୁର ଜିଲ୍ଲାର କାକନାର ଗ୍ରାମ ନିକଟସ୍ଥ ନଦୀରେ ବର୍ଷା ଯୋଗୁଁ ପାଣି ବଢିଯାଇଥିବାରୁ ନଦୀ ପାର କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି। ତେବେ ଗ୍ରାମର ରାମବାଇ ହୁଇକା ଓ ସନସନି ପୁଲସୁମ ନାମକ ଦୁଇ ମହିଳା ଗର୍ଭବତୀ ହୋଇଥିବା ବେଳେ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ।

ଏହି ଖବର ସ୍ଥାନୀୟ ଡାକ୍ତର ବିଜୟ କୁମାର ଗୋଭେଲ ଜାଣିବା ପରେ ସିଆରପିଏଫ ଯବାନଙ୍କୁ ଖବର ଦେବା ପରେ ଏକ ବୋଟ ଯୋଗେ ଦୁଇ ମହିଳାଙ୍କୁ ଯବାନ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ।ଯବାନଙ୍କ ଏଭଳି ମହାନତା ଯୋଗୁଁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ। ଯବାନ ଯେ କେବଳ ନକ୍ସଲ ଦମନ ନେଇ କାମ କରୁନାହାନ୍ତି ବରଂ ଲୋକଙ୍କ ପାଇଁ ସବୁବେଳେ ସହଯୋଗ କରିବାକୁ ଆଗଭର ହେଉଛନ୍ତି। ଗ୍ରାମବାସୀ ଏଭଳି ସହଯୋଗ କେବେ ଭୁଲିବେ ନାହିଁ ବୋଲି ଯବାନଙ୍କୁ ସଲାମ କରି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe