୩ ସିଆର୍‌ପିଏଫ୍‌ ଯବାନ ସହିଦ ଘଟଣା: ତଦନ୍ତ ଭାର ନେ‌ଲେ ଏନ୍‌ଆଇଏ

Advertisment

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ୫ କ୍ୟାଡର ମାଓବାଦୀଙ୍କୁ ଧରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ୫ କ୍ୟାଡର ମାଓବାଦୀଙ୍କୁ ଧରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ

ପୁଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ହତ୍ୟା ପରେ କନ୍ଧମାଳରେ କମ୍ବିଂ ଜୋର୍‌ଦାର

India Today

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଦିନକୁ ଦିନ ବଢ଼ିବାରେ ଲାଗିଛି। ଛତିଶଗଡ଼ ସରକାର ମାଓବାଦୀ ଦମନ ପାଇଁ ଅପରେସନ ବନ୍ଦ ରଖିଥିବା ବେଳେ କ୍ୟାଡର  ମାଓବାଦୀମାନେ ଏହାର ସୁଯୋଗ ନେଇ ସୁନାବେଡ଼ା ଅଭୟାରଣ୍ୟରେ ଆଡ଼ା ଜମାଇଛନ୍ତି। ଚଳିତ ବର୍ଷ ଜୁନ୍‌ ୨୧ ତାରିଖ ଜିଲ୍ଲାର ବୋଡ଼େନ ଥାନା ପାଟଦରାଠାରେ ମାଓବାଦୀମାନେ ୩ ଜଣ ସିଆର୍‌ପିଏଫ୍‌ ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାର କିଛି ଦିନ ପରେ ୯ ଜୁଲାଇରେ ଓଡ଼ିଶା–ଛତିଶଗଡ଼ ସୀମାନ୍ତରେ ଯବାନମାନେ ଏକ ବଡ଼ ଧରଣର ମାଓ କ୍ୟାମ୍ପ ଠାବ କରିଥିଲେ।

publive-image Live Law

ଅନ୍ୟପକ୍ଷରେ ପାଟଦରା ଜଙ୍ଗଲରେ ୩ ଜଣ ସିଆର୍‌ପିଏଫ୍‌ ଯବାନଙ୍କ ସହିଦ ପରେ କେନ୍ଦ୍ର ସରକାର ମାଓବାଦୀ ଦମନ ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିସହ ସୀମାନ୍ତ ସୁନାବେଡ଼ା ଅଭୟାରଣ୍ୟରେ ଥିବା ୫ଜଣ କ୍ୟାଡର ମାଓବାଦୀ ମୂଲୀ ଓରଫ୍ ସଂଗ୍ରାମ ରେଡ୍ଡି, କାର୍ତ୍ତିକ ଓରଫ୍ ଦଶ୍ରୁ, ଜୟରାମ ଓରଫ ଗୁଡ୍ଡୁ, ବଳଦେବ ଏବଂ ଅଞ୍ଜୁ ଓରଫ୍ କବିତାଙ୍କ ସହ ସେମାନଙ୍କ ସାଥୀଙ୍କୁ ଧରିବା ପାଇଁ ଏବେ ଏନ୍‌ଆଇଏ ସଂସ୍ଥା ପକ୍ଷରୁ ବ୍ଳୁପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ ହୋଇଛି।

ସେହିପରି ଗତ ୯ ତାରିଖ ନୂଆପଡ଼ା ଏସ୍‌ପିଙ୍କ ପକ୍ଷରୁ ଆୟୋଜିତ ପ୍ରେସ୍‌ମିଟ୍‌ରେ ଉକ୍ତ କ୍ୟାଡର୍ ମାଓବାଦୀଙ୍କୁ କାବୁ କଲେ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। ସଂଗ୍ରାମ ରେଡ୍ଡି, ଦଶ୍ରୁ ଓ ଗୁଡ୍ଡୁଙ୍କ ନାମରେ ୨୦ଲକ୍ଷ, ବଳଦେବଙ୍କ ନାମରେ ୪ଲକ୍ଷ ଏବଂ କବିତାଙ୍କ ନାମରେ ୫ଲକ୍ଷ ଟଙ୍କା ସରକାରଙ୍କ ପକ୍ଷରୁ ପୁରସ୍କାର ରାଶି ଘୋଷଣ କରାଯାଇଥିବା ସୂଚନା ଦିଆଯାଇଛି। ଚଳିତ ବର୍ଷ ଅଗଷ୍ଟ ମାସରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe