ଲଭ-ସେକ୍ସ-ଧୋକା ମାମଲାରେ ସିଆରପିଏଫ୍‌ ଏସ୍‌ଆଇ ଗିରଫ

ଲଭ-ସେକ୍ସ-ଧୋକା ମାମଲାରେ ସିଆରପିଏଫ୍‌ ଏସ୍‌ଆଇ ଗିରଫ

ଭୁବନେଶ୍ୱର: ପ୍ରତିଦିନ ଲଭ-ସେକ୍ସ-ଧୋକାକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସିଥାଏ। ଏହି ତାଲିକାରେ  ସିଆରପିଏଫ୍‌ର ଜଣେ ସିଗ୍ନାଲ ଏସ୍‌ଆଇଙ୍କ ନାମ ଯୋଡ଼ି ହୋଇଯାଇଛି। କିଛିଦିନ ତଳେ ସେ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଧୋକା କରିବା ଅଭିଯୋଗକୁ ନେଇ ସୋମବାର ନୟାପଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ସିଆରପିଏଫ୍‌ର ସିଗ୍ନାଲ ଏସ୍‌ଆଇଙ୍କ ନାମ ଭୂପିନ୍ଦର ସିଂହ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ଜଣେ ଯୁବତୀଙ୍କୁ ସେ ବିବାହ ପ୍ରତିଶ୍ରୁତି ଦେଇ ଅନେକ ଥର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ସିଆରପିଏଫ୍‌ର ସିଗ୍ନାଲ ଏସ୍‌ଆଇ ଭୂପିନ୍ଦର ସିଂହଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ଏଥିପାଇଁ ନୟାପଲ୍ଲୀ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ଆଜି ଡେରାଡୁନ୍‌ରୁ ଭୂପିନ୍ଦର ସିଂଙ୍କୁ ଗିରଫ କରିଥିଲା। ଏହାପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୂପିନ୍ଦରଙ୍କୁ ପୁଲିସ ଭୁବନେଶ୍ୱର ଆଣି ପଚାରଉଚରା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe