ନିଷ୍ଠୁର ସ୍ୱାମୀ: ପ୍ରେମ କରି ବିବାହ କରିଥିଲା, ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ବାହାର କରିଦେଲା

Advertisment
ଶିକ୍ଷୟିତ୍ରୀ ପତ୍ନୀଙ୍କୁ ଆକ୍ରମଣ, ସ୍ବାମୀ ଗିରଫ

AmarUjala

ସମ୍ବଲପୁର : ତୁମକୁ ପାଇଲେ ମୁଁ ଜୀବନର ସବୁ ଖୁସି ପାଇଯିବି। ପାଖରେ ତମେ ଥିଲେ ମୋର ଆଉ କିଛି ଲୋଡ଼ା ନାହିଁ। ଏଭଳି କହି ଝାରସୁଗୁଡା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇବା ପରେ ମହୁଲପାଲି ଥାନା ଅଧୀନ ଅଞ୍ଚଳର ଜଣେ ଯୁବକ ବିବାହ କରିଥିଲା। ବିବାହ ପରେ ଗର୍ଭବତୀ କରିବା ପରେ ତାଙ୍କୁ ଘରୁ ବାହାର କରିଦେଇଛି। ଯୁବତୀ ଜଣକ ଏବେ ସମ୍ବଲପୁର ଏକ ଆଶ୍ରମରେ ଏବେ ରହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଯୁବକଙ୍କ ସହ ଯୁବତୀଙ୍କର ୬ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବକଙ୍କ କଥାରେ ଭାସି ଯାଇ ଯୁବତୀ ଜଣକ ବିବାହ ପାଇଁ ତାଙ୍କ ଘରେ କହିଲେ। କିନ୍ତୁ ଭିନ୍ନ ଜାତିର ବୋଲି ଘର ଲୋକ ବିବାହ ପାଇଁ ରାଜି ହେଲେ ନାହିଁ। ଏପରେ ଯୁବକ ଜଣକ ବାରମ୍ବାର ଯୁବତୀଙ୍କୁ ବିବାହ କରିବାକୁ କହିଥିଲେ। ଯୁବକଙ୍କ କଥା ଉପରେ ବିଶ୍ବାସ ରଖି ଯୁବତୀ ଜଣକ ଶେଷରେ ତାଙ୍କ ଘର ଛାଡ଼ିଲେ। ୪ ବର୍ଷ ତଳେ ୭ ଜନ୍ମର ସାଥୀ ହେବା ଲକ୍ଷ୍ୟ ନେଇ ଯୁବତୀ ଜଣକ ଯୁବକଙ୍କ ହାତ ଧରିଥିଲେ। ସବୁ କିଛି ଠିକ୍‌ ଚାଲିଥିଲା। କିନ୍ତୁ ଧୀରେ ଧୀରେ ସମ୍ପର୍କରେ ଫାଟ ଆରମ୍ଭ ହେବାକୁ ଲାଗିଲା। ଛୋଟ ଛୋଟ କଥାରେ ପାଟିତୁଣ୍ଡ, ଗାଳିଗୁଲଜ।

ଏସବୁ ଭିତରେ ୩ ବର୍ଷ ବିତିଗଲା। ଯୁବତୀ ଜଣକ ଚଳିତବର୍ଷ ଗର୍ଭବତୀ ହେଲାପରେ ତାଙ୍କ ସ୍ୱାମୀଙ୍କ ଅତ୍ୟାଚାର ବଢ଼ିଚାଲିଲା। କଥା କଥାରେ ମାର୍‌ପିଟ୍‌ କରି ଚାଲିଲେ। ବର୍ତ୍ତମାନ ଯୁବତୀ ଜଣକ ୮ ମାସର ଗର୍ଭବତୀ ଥିବା ଜାଣି ମଧ୍ୟ ନିଷ୍ଠୁର ସ୍ୱାମୀ ଜଣକ ତାଙ୍କୁ ନିର୍ଯାତନା ଦେଇ ଚାଲିଲେ। ନିର୍ଯାତନା ସହ୍ୟ କରି ନପାରି ଯୁବତୀ ଜଣକ ଶେଷରେ ସମ୍ବଲପୁର ସଖୀ କେନ୍ଦ୍ର ସହ ଯୋଗାଯୋଗ କରିଥିଲେ। ଏହାପରେ ସଖୀ ପକ୍ଷରୁ ମହୁଲପାଲି ଥାନା ସହ ଯୋଗାଯୋଗ କରାଯାଇଥିଲା। ମହୁଲପାଲି ପୁଲିସ ଯୁବତୀଙ୍କୁ ତାଙ୍କ ଶାଶୁଘରୁ ଉଦ୍ଧାର କରି ସମ୍ବଲପୁର ସଖୀ କେନ୍ଦ୍ରକୁ ଆଣିଥିଲେ। ସଖୀ ପକ୍ଷରୁ ଯୁବତୀଙ୍କ ସ୍ବାମୀଙ୍କୁ ବୁଝାସୁଝା କରିବା ପାଇଁ ବୁଧବାର ଚେଷ୍ଟା କରାଯାଇଥିଲା। ତେବେ ଯୁବକ ଜଣକ ଆତ୍ମହତ୍ୟା ଧମକ ଦେବାରୁ ଯୁବତୀଙ୍କୁ ସେଠାରେ ଆଉ ନଛାଡ଼ି ସମ୍ବଲପୁର ସ୍ଥିତ ଏକ ଆଶ୍ରମରେ ରଖାଯାଇଛି। ଯୁବତୀ ଜଣକ ଏ ନେଇ ଝାରସୁଗୁଡ଼ା ଲଇକେରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe