ଉଚ୍ଛବପାଲିରେ କ୍ରସର୍‌ ମାଲିକଙ୍କ ଉତ୍ସବ: ଆଡ଼େନ ଡଙ୍ଗରକୁ ଗିଳିଦେଲେ

Advertisment

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ସରଗାଡ଼ ନିକଟସ୍ଥ ଉଚ୍ଛବପାଲି ଗାଁ। ଦୁଇ ଦଶନ୍ଧି ତଳେ ଏହି ଗାଁ ଓ ଆଖପାଖ ଅଞ୍ଚଳ ଥିଲା ସବୁଜିମାମୟ। ବନ୍ୟପ୍ରାଣୀ, ପକ୍ଷୀ ସୁରକ୍ଷିତ ଥିଲେ। ବର୍ତ୍ତମାନ ଏଠାରେ କ୍ରସର୍‌ ମାଲିକମାନେ ମନାଉଛନ୍ତି ଉତ୍ସବ।

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ସରଗାଡ଼ ନିକଟସ୍ଥ ଉଚ୍ଛବପାଲି ଗାଁ। ଦୁଇ ଦଶନ୍ଧି ତଳେ ଏହି ଗାଁ ଓ ଆଖପାଖ ଅଞ୍ଚଳ ଥିଲା ସବୁଜିମାମୟ। ବନ୍ୟପ୍ରାଣୀ, ପକ୍ଷୀ ସୁରକ୍ଷିତ ଥିଲେ। ବର୍ତ୍ତମାନ ଏଠାରେ କ୍ରସର୍‌ ମାଲିକମାନେ ମନାଉଛନ୍ତି ଉତ୍ସବ।

sfhfsfhfhs

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ସରଗାଡ଼ ନିକଟସ୍ଥ ଉଚ୍ଛବପାଲି ଗାଁ। ଦୁଇ ଦଶନ୍ଧି ତଳେ ଏହି ଗାଁ ଓ ଆଖପାଖ ଅଞ୍ଚଳ ଥିଲା ସବୁଜିମାମୟ। ବନ୍ୟପ୍ରାଣୀ, ପକ୍ଷୀ ସୁରକ୍ଷିତ ଥିଲେ। ବର୍ତ୍ତମାନ ଏଠାରେ କ୍ରସର୍‌ ମାଲିକମାନେ ମନାଉଛନ୍ତି ଉତ୍ସବ। ୪ଜଣ କ୍ରସର୍‌ ମାଲିକ ଉଚ୍ଛବପାଲି ଏବଂ ଏହା ପାର୍ଶ୍ବସ୍ଥ ସବୁଜିମାକୁ ନଷ୍ଟ କରି ଦେଲେଣି। ସ୍ଥିତି ଏଭଳି ଯେ ସଂପୂର୍ଣ୍ଣ ପାହାଡ଼କୁ ଗିଳି ସାରିଲେଣି।

ଉଚ୍ଛବପାଲି ପାଖରେ ରହିଛି ଆଡ଼େନ ଡଙ୍ଗର। ପୂର୍ବରୁ ଏହି ଡଙ୍ଗର ଅଢ଼େଇ କିଲୋମିଟର ଯାଏ ଲମ୍ବିଥିଲା। ଏଠାରୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଲୋକେ ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଏବେ ପାହାଡ଼ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବାକୁ ଯାଉଛି। ଅଢ଼େଇ କିଲୋମିଟର ପାଖାପାଖି ଲମ୍ବର ଏହି ପାହାଡ଼ର ଏବେ ମାତ୍ର ଶହେ ମିଟର ରହିଯାଇଛି। ଆଖପାଖରେ ଜନବସତି ଥିଲେ ବି ନିରନ୍ତର ପଥର ଖୋଳିବାକୁ ବିସ୍ଫୋରଣ କରାଯାଉଛି। ଲୋକଙ୍କ ଧନଜୀବନ ପ୍ରତି ବିପଦ ରହିଥିଲେ ହେଁ କ୍ରସର୍‌ ମାଲିକମାନେ ବେଫିକର୍‌। ମେସିନ୍‌ ଲଗାଇ ଏହି ଡଙ୍ଗରରୁ ପଥର ଉତ୍ତୋଳନ ବର୍ଷ ତମାମ ଜାରି ରହିଛି। ପ୍ରଭାବଶାଳୀ ଗୋଷ୍ଠୀର ହୋଇଥିବାରୁ ଖଣି ବିଭାଗ ହାତ ମାରୁନାହିଁ। ସ୍ଥାନୀୟ ଲୋକେ ପ୍ରତିବାଦ କଲେ ଧମକଚମକ ଦେଇ ଚୁପ୍‌ କରାଯାଉଛି। ଉଚ୍ଛବପାଲି ଗ୍ରାମବାସୀ ଏହି ଖନନ ବନ୍ଦ କରିବା ପାଇଁ ପୂର୍ବରୁ ଆନ୍ଦୋଳନ କରିଥିଲେ। କିନ୍ତୁ କ୍ରସର୍‌ ମାଲିକମାନେ ଗାଁର ପାଖାପାଖି ୩୦ରୁ ଅଧିକ ଲୋକଙ୍କୁ ମିଥ୍ୟା ମାମଲାରେ ଫସାଇ ଜେଲ୍‌ ପଠାଇଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe