ହାଲ୍‌କୁ କଳିଙ୍ଗ ସିଏସଆର ଆୱାର୍ଡ ମିଳିଲା

Advertisment
ହାଲ୍‌କୁ କଳିଙ୍ଗ ସିଏସଆର ଆୱାର୍ଡ ମିଳିଲା

OrissaPOST

ସେମିଳିଗୁଡା: ପାରିପାର୍ଶ୍ଵିକ ଉନ୍ନୟନରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ପରିବେଶ ସୁରକ୍ଷା ପାଇଁ ଅବଦାନ ନିମନ୍ତେ ହାଲ୍‌, ସୁନାବେଡାକୁ ୨୦୨୨ ବର୍ଷ ପାଇଁ  ସମ୍ମାନ ଜନକ କଳିଙ୍ଗ ସିଏସଆର ଆୱାର୍ଡ ପ୍ରଦାନ କରାଯାଇଛି।  ଭୁବନେଶ୍ୱରସ୍ଥିତ ହୋଟେଲ ମାରିଅନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଜିଏମ ହାଲ ସୁନାବେଡା ଜି. ଅଶୋକନ ଉପସ୍ଥିତ ରହି ଏହି ଆୱାର୍ଡକୁ ଗ୍ରହଣ କରିଥିଲେ।

ପାରିପାର୍ଶ୍ଵିକ ଗ୍ରାମଗୁଡିକରେ ଶିକ୍ଷା ଓ  ସ୍ୱାସ୍ଥ୍ୟ ସେବାକୁ ହାଲ୍‌ ପକ୍ଷରୁ ବିଶେଷ  ଗୁରୁତ୍ୱ ଦିଆଯିବା ସହ ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସରେ ମେସିନ ସ୍ଥାପନ କରାଯିବା ସହିତ ପରିବେଶ ସୁରକ୍ଷା ଓ ସନ୍ତୁଳନ ପାଇଁ ବୃକ୍ଷ ରୋପଣ କରାଯାଇ ସବୁଜ ବଳୟ ସୃଷ୍ଟି କରିବା ନିମନ୍ତେ ହାଲ୍‌କୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ଆୱାର୍ଡ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe