ଦଶପଲ୍ଲାରେ ବେଆଇନ ଭାବେ ଚାଲିଛି କଫ ସିରପ୍ ବ୍ୟବସାୟ : କଫ‌୍ ସିରପ୍ ଏବେ ଔଷଧ ବଦଳରେ ପାଲଟିଛି ନିଶା, ସ୍ଥାଣୁ ପାଲଟିଛନ୍ତି ଅଧିକାରୀ

Advertisment
ଦଶପଲ୍ଲାରେ ବେଆଇନ ଭାବେ ଚାଲିଛି କଫ ସିରପ୍ ବ୍ୟବସାୟ : କଫ‌୍ ସିରପ୍ ଏବେ ଔଷଧ ବଦଳରେ ପାଲଟିଛି ନିଶା, ସ୍ଥାଣୁ ପାଲଟିଛନ୍ତି ଅଧିକାରୀ

ଦଶପଲ୍ଲା : ବେଆଇନ ଭାବେ ଚାଲିଛି କଫ ସିରପ୍ ବ୍ୟବସାୟ। ଦିନକୁ ଦିନ ଏହି ବ୍ୟବସାୟ ଦଶପଲ୍ଲା ଅଂଚଳରେ କାୟା ମେଲୁଥିବା ବେଳେ ଔଷଧ ବାହାନାରେ ଏହାକୁ ନିଶା ଭାବରେ ବ୍ୟବହାର କରାଯାଉଛି। ଦଶପଲ୍ଲା ଅଂଚଳର କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନୀ ଔଷଧ ବ୍ୟବସାୟ ବାହାନାରେ ଏହି ବ୍ୟବସାୟକୁ ବେଶ୍ ଆପଣେଇ ନେଇଥିବା ଚର୍ଚ୍ଚା ହେଉଛି। ବିଭିନ୍ନ କମ୍ପାନୀର ନକଲି କଫ୍‌ ସିରପ୍ ନୟାଗଡ଼ ଜିଲ୍ଲା ସମେତ ଭୁବନେଶ୍ୱର ଏବଂ କଟକ ଅଂଚଳରୁ ଚାଲାଣ ହେଉଥିବା ଜଣାପଡ଼ିଛି। ଏହା ପଛରେ ଏକ ରାକେଟ୍ କାରବାର କରୁଥିବା ମଧ୍ୟ ଅଭିଯୋଗ ହେଉଛି।

publive-image medicarenews.in

ଏବେ ବିଭିନ୍ନ ପଞ୍ଚାୟତ ସମେତ କିଛି ଔଷଧ ଦୋକାନରେ ଖୋଲାଖୋଲି ଭାବେ ଏହି ବ୍ୟବସାୟ ଚାଲିଥିବା ବେଳେ ସବୁ ଜାଣି ବିଭାଗୀୟ ଅଧିକାରୀ ନିରବ ରହିଥିବା ଅଭିଯୋଗ ହେଉଛି। ଏସବୁ କଫ ସିରପ୍ ଔଷଧ ଭାବେ ବ୍ୟବହାର କରିବା ପରିବର୍ତ୍ତେ କମ୍ ପଇସାରେ ଅଧିକ ନିଶା ହେଉଥିବା ହେତୁ ଅଧିକାଂଶ ଯୁବପିଢ଼ି ଏହାକୁ ନିଶା ଭାବେ ଆପଣେଇ ନେଉଥିବା ଅଭିଯୋଗ ହେଉଛି।

publive-image

ଦଶପଲ୍ଲାର ପ୍ରମୁଖ ସ୍ଥାନ, ଯଥା: ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସମେତ ବସ୍‌ଷ୍ଟାଣ୍ତ, ବିଦ୍ୟାଳୟ, ତହସିଲ କାର୍ଯ୍ୟାଳୟ ପରିସରରେ ମାଳମାଳ ହୋଇ ଏସବୁ କଫ୍‌ ସିରପ୍‌ ବୋତଲ ପଡ଼ିରହିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଡ୍ରଗ୍ସ୍ ଇନ୍ସପେକ୍ଟର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିବା ବେଳେ କିଛି ସ୍ଥାନରୁ ଏସବୁ କଫ୍ ସିରପ୍‌ ଜବତ କରିଥିବା ଜଣାପଡ଼ିଛି। ମାତ୍ର କୌଣସି ସ୍ଥାନରେ ଆଖିଦୃଷ୍ଟିଆ ଚଢ଼ଉ କିମ୍ବା କାହାରି ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ବେଳେ ଦିନକୁ ଦିନ ଏହି ବ୍ୟବସାୟ କାୟା ବିସ୍ତାର କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe